ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ପୁଣି ଅଭାବନୀୟ ଘଟଣା ଘଟିଛି। ଏଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହାଣିଛନ୍ତି ୩ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନନ୍ତେଇ ଛକରେ ସନ୍ତୋଷ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଥିବା ଜଣାଯାଇଛି। ଏହାଫଳରେ ସନ୍ତୋଷଙ୍କ ବାମ ଗୋଡ଼ ସହ ମୁଣ୍ଡ ଓ ବେକ ମୁହଁରେ ଗଭୀର କ୍ଷତ ହୋଇଛି। ସନ୍ତୋଷ ଜଣେ ଦୋକାନୀ ଏବଂ ସେ ଦେ‌ାକାନ ବନ୍ଦ କରି ନିଜ ଘରକୁ ଫେରୁଥିବା ବେଳ‌େ ଏଭଳି ଜଘନ୍ୟ କାଣ୍ଡ ଘଟିଛି।

Advertisment

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଦିଗପହଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନାହିଁ।