ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆଜି ୩୪ ଜଣ ବିଚାରାଧୀନ କଏଦୀ ଓ ୧୦ ଜଣ ଜେଲ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜେଲ୍ କର୍ମଚାରୀଙ୍କ ମଧ୍ୟରେ ଜେଲ୍ର ମଧ୍ୟ୍ୟ ରହିଥିବା ସୂଚନା ରହିଛି। କଏଦୀମାନେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି। ସେହିପରି କର୍ମଚାରୀମାନଙ୍କୁ ଛୁଟି ଦେଇ ହୋମ୍ କ୍ବାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଯେଉଁମାନଙ୍କ ଭିତରେ ଲକ୍ଷଣ ଦେଖିବାକୁ ମିଳିବ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି।
ଆଜି ଏକାଥରକେ ଏତେ ଜଣ ସଂକ୍ରମିତ ଚିିହ୍ନଟ ହେବା ପରେ ସିଡିଏମ୍ଓ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନିକଟକୁ ଏକ ଚିଠି ଲେଖି ଡାକ୍ତରମାନଙ୍କୁ ସଂକ୍ରମିତମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନିୟମିତ ବ୍ୟବଧାନରେ କାରାଗାରକୁ ପଠାଇବାକୁ କହିଛନ୍ତି ବୋଲି ଡିଆଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁର ମଣ୍ଡଳ କାରାଗାରରେ ରବିବାର ଦିନ ୫୦ ଜଣ କଏଦୀ ଓ ୯୨ ଜଣ କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିଲା। ଆଜି ସେହି ରିପୋର୍ଟ ଆସିବା ପରେ ୩୪ ଜଣ କଏଦୀ ଓ ୧୦ ଜଣ ଜେଲ୍ କର୍ମଚାରୀ କରୋନା ପଜିଟିଭ୍ ବୋଲି ଜାଣିବାକୁ ମିଳିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ଜେଲ୍ର ୨୦ ଜଣ ଅନ୍ତେବାସୀ ଓ ୨ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଆଜି ଗଞ୍ଜାମରେ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।