ଜମିଜମା ବିବାଦରୁ ଆକ୍ରମଣ: ୪ ଗିରଫ

ବେଲଗୁଣ୍ଠା : ଜମିଜମା ବିବାଦରୁ ପ୍ରଦୀପ ଜେନା ନାମକ ଜଣେ ଯୁବକଙ୍କୁ ଆକ୍ରମଣ ମାମଲାରେ ବେଲଗୁଣ୍ଠା ଫାଣ୍ଡି ପୁଲିସ ଆଜି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ତନରଡ଼ା ଗ୍ରାମର ଜଗବନ୍ଧୁ ଜେନା, ଟୁଲୁ ଜେନା, ନୀଳମାଧବ ଜେନା ଓ ରାକେଶ କୁମାର ପ୍ରଧାନ। ଏନେଇ ବେଲଗୁଣ୍ଠା ଫାଣ୍ଡିରେ କେସ ନମ୍ବର ୪୩୦ ଅନୁସାରେ ମାମଲା ରୁଜୁ ପରେ ସମସ୍ତଙ୍କୁ ଗିରଫ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ, ତନରଡ଼ାର ପୂର୍ବତନ ସରପଞ୍ଚ ଲୋଚନ ଜେନା ଓ ଗ୍ରାମର ୨ ପରିବାର ସହ ଜମିଜମା ବିବାଦ ଲାଗି ରହିଥିଲା। ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଲୋଚନଙ୍କ ପୁଅ ପ୍ରଦୀପ ଗ୍ରାମ ଛକରେ ଛିଡ଼ା ହୋଇଥିବା ଜଗବନ୍ଧୁ, ଟୁଲୁ, ନୀଳମାଧବ ଓ ରାକେଶ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଲୋଚନ ବେଲଗୁଣ୍ଠା ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର