କୁକୁର ମଳତ୍ୟାଗକୁ ନେଇ ଗଣ୍ଡଗୋଳ, ୪ ଗିରଫ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ବାସନାପୁଟି ଗାଁର ଦୁଘ ଘର ମଝିରେ ଏକ ଖାଲି ସ୍ଥାନରେ ପୋଷା କୁକୁର ମଳତ୍ୟାଗ କରିବାକୁ କେନ୍ଦ୍ର କରି ଦୁଇ ପଡ଼ୋଶୀ ମହିଳାଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ଉଭୟ ପରିବାରର ମହିଳାମାନେ ଠେଲାପେଲା, ଶାଢ଼ି ଟଣାଓଟରା ଓ ଧସ୍ତାଧସ୍ତି ହୋଇଥିଲେ। ଏହା ପରେ ଗୋଟିଏ ପରିବାରର ମାଆ ଝିଅଙ୍କୁ ପଡ଼ୋଶୀ ବାପ ଓ ଦୁଇ ପୁଅ ଅସଦାଚରଣ କରିଥିବା ଚମାଖଣ୍ଡି ଥାନାରେ ଅଭିଯୋଗ ହୋଇଛି।

ଗଣ୍ଡଗୋଳ ବେଳେ କୁକୁର ମାଲିକଙ୍କ ମାଆ ଝିଅଙ୍କୁ ଖାଲି ସ୍ଥାନଥିବା ଜମିର ବାପା ଓ ଦୁଇପୁଅ ଗାଳିଗୁଲଜ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଏତଲାକୁ ଭିତ୍ତି କରି ଚମାଖଣ୍ଡି ଥାନା ପୁଲିସ ପୃଥକ ଦୁଇଟି ମାମଲା କେସ୍‌ ନମ୍ବର ୩୮ ଓ ୩୯ ରୁଜୁ କରିଛି। ଉଭୟ ପକ୍ଷରୁ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗରିଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ସାହୁ, ବଳରାମ ସାହୁ, ଜଗନ୍ନାଥ ସାହୁ ଏବଂ ଉମାକାନ୍ତ ସାହୁ।

ସମ୍ବନ୍ଧିତ ଖବର