ଧରାକୋଟ: ଅଟୋରେ ୪୫ କିଲୋଗ୍ରାମ ଗଂଜେଇ ଯାଉଥିବାବେଳେ ଧରିଲା ଅବକାରୀ ବିଭାଗ | ଗଂଜାମ ଜିଲ୍ଲା ମୋବାଇଲ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଛକ ଠାରେ ଅବକାରୀ ବିଭାଗ କର୍ମଚାରୀମାନେ ସନ୍ଦେହରେ ଓଡି ୦୭ଏନ ୫୧୮୩ ନମ୍ବର ଅଟୋକୁ ଅଟକାଇ ଯାଞ୍ଚ ସମୟରେ ସେଥିରେ ତିନୋଟି ଜରି ବସ୍ତାରେ ଥିବା ୪୫ କିଲୋ ଗଞ୍ଜେଇ ଜବତ କରିଛନ୍ତି |
ଏହି ଗଂଜେଇ ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲାର କୁମ୍ଭାରୀପଦର ଗ୍ରାମର ବିମଳ ବି. ସିଂ(୨୫)କୁ ଗିରଫ କରାଯାଇଛି । ସେ ଏହି ଗଂଜେଇକୁ କନ୍ଧମାଳରୁ ବ୍ରହ୍ମପୁର ନେଉଥିଲା ବୋଲି ସେ ପ୍ରକାଶ କରିଛି । ଏ ସମ୍ପର୍କରେ ଅବକାରୀ ପୋଲିସ ଥାନା କେସ ନମ୍ବର୭୦/୨୫ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଅଂଶୁମାନ ଜେନା,ଅବକାରୀ ଏ ଏସ ଆଇ କୁମୁଦ ଚନ୍ଦ୍ର ନାୟକ,କନେଷ୍ଟବଲ ମଧୁସୂଦନ ଯାନୀ,ସନ୍ଟୁନୁକୁମାର ବେହେରା ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/17/997d7242-71e7-421d-9228-5ef9a89434dd-2025-09-17-22-03-18.jpg)