ଓଡ଼ିଆରେ କପି କରି ୪ ପରୀକ୍ଷାର୍ଥୀ ଏମପି

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ଦକ୍ଷିଣାଞ୍ଚଳ ଜୋନର ୮ଟି ଜିଲ୍ଲାରେ ୧୭୪ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆଜି ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ମାତୃଭାଷା (ଓଡ଼ିଆ) ପରୀକ୍ଷା ଶାନ୍ତି, ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଛି l ତେବେ ଓଡ଼ିଆ ବିଷୟରେ କପି କରି ବିଭିନ୍ନ କେନ୍ଦ୍ରରେ ଆଜି ଚାରି ଜଣ ପରୀକ୍ଷାର୍ଥୀ ସ୍କ୍ବାଡ ସଦସ୍ୟଙ୍କ ହାତରେ ଧରା ପଡ଼ିଛନ୍ତି l ଗଞ୍ଜାମ ଜିଲ୍ଲା ରମ୍ଭା ସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁବଳୟାର ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସରେ ବୁକ୍ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର କପି କରି ଧରା ପଡ଼ିଛନ୍ତି l ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବାରୁ ଏଥର କପି ସଂଖ୍ୟା ହ୍ରାସ ପାଇଥିବା ଦକ୍ଷିଣାଞ୍ଚଳ ଜୋନ୍ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି l

ସମ୍ବନ୍ଧିତ ଖବର