ହିଞ୍ଜିଳିକାଟୁ: ୫ଟି ସଚିବ ଭି.କେ.ପାଣ୍ଡିଆନ ଗତକାଲିଠାରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ଡେରା ପକାଇଛନ୍ତି। ସେ ସେଠାରେ ଗତକାଲି ରାତିରେ ପହଞ୍ଚିଥିଲେ। ହିଞ୍ଜିଳିକାଟୁରେ ସେ ନୃସିଂହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଆଜି ସକାଳେ ୫ଟି ସଚିବ ଶ୍ୟାମଳେଇ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି।

Advertisment

publive-image

ସେଠାରେ ସେ ମନ୍ଦିରର କର୍ମକର୍ତ୍ତାମାନଙ୍କ ସହ ମନ୍ଦିରର ଉନ୍ନତିମୂଳକ କାମ ସଂପର୍କରେ ଆଲୋଚନା କରିଥିବା ଜଣାଯାଇଛି। ଏହାପରେ ସେ ଶେରଗଡ଼ ବ୍ଲକ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।