ମାଲକାନଗିରି/ବ୍ରହ୍ମପୁର/ଭୁବନେଶ୍ବର : ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯେ ଭାଙ୍ଗିରୁଜି ଚୁର୍ମାର ହୁଏ ସ୍ବପ୍ଦ। ପୂରା ହେଇପାରେନି ଆଶା ଓ ଅଭିଳାଷ। ଅଧାରେ ରହିଯାଏ ଅନେକ କିଛି, ଯାହା ଆଉ କେବେ ବି ପୂରା ହୋଇପାରେନି। ସେହିପରି ଭାବେ ସୁଦୂର ସୁରତକୁ ଉପାର୍ଜନ ଲକ୍ଷ୍ୟ ନେଇ ଗଞ୍ଜାମରୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସ୍ବପ୍ନ ମଧ୍ୟ ଅଧୁରା ରହିଯାଇଛି। ଗଞ୍ଜାମରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟକୁ ଯାଉଥିବା ବସ୍ ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣଙ୍କର ମୃତ୍ୟୁ ଘଟିବା ଘଟଣା ସଭିଙ୍କୁ ସ୍ତବ୍ଧ କରିଛି।
ନିଜ ସ୍ବପ୍ନକୁ ସାକାର କରିବା ପୂର୍ବରୁ ମୃତ୍ୟୁ ସାମ୍ନାରେ ହାରି ଯାଇଥିବା ଏହି ପ୍ରବାସୀମାନଙ୍କ ମଧ୍ୟରୁ ୬ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଦୁଇ ଜଣ ସୁରତର ବାସିନ୍ଦା। ମୃତକମାନେ ହେଲେ ସୁଶାନ୍ତ ସ୍ବାଇଁ(୪୦) ନାରାୟଣ ଗୁରୁ(୨୭), ସମୀର ମହନକୁଣ୍ଡା(୧୭), ତପନ ନାୟକ(୨୦), ଯୁଧିଷ୍ଠିର ନାୟକ (୨୪), କୈଳାସ ଜେନା (୩୬), ବିଶ୍ବନାଥ ଓ ବଲ୍ଲୁ ଡାକୁଆ(୪୫)।
/sambad/media/post_attachments/wp-content/uploads/2020/09/bus-2-1-300x225.jpg)
ଉଲ୍ଳେଖଯୋଗ୍ୟ, ଆଜି ସକାଳୁ ଓଡ଼ିଶାର ଗଞ୍ଜାମରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟକୁ ଯାଉଥିବା ବସ୍ ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ଏହି ବସରେ ଯାତ୍ରା କରୁଥିବା ଅନ୍ୟ ୫୯ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ପୁଲିସ୍ ମହାନିର୍ଦେଶକ ଅଭୟ ସୂଚନା ଦେଇଥିଲେ। ଯାତ୍ରୀମାନେ ଗତକାଲି ରାତି ୮ଟାରେ ଉକ୍ତ ବସ୍ ଯୋଗେ ଆସ୍କାରୁ ଗୁଜରାଟର ସୁରତ ଯାତ୍ରା ଆରମ୍ଭ କରିଥିଲେ।
ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ବସର ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୨ଜଣ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ବସରେ ୬୦ରୁ ୭୦ ଜଣ ଯାତ୍ରୀ ଥିବାର ସୂଚନା ରହିଛି। ଦୁର୍ଘଟଣାଗ୍ରସ୍ତ ବସର ନାମ ‘ଶିବାଂଶ’ ଓ ଏହାର ନମ୍ବର ଏନଏଲ୍ ୦୩ ବି ୦୯୮୭।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/surat-bus-accident-05_Thumb.jpg)