ଵ୍ରହ୍ମପୁର: ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଛକରେ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ନିଶାସକ୍ତ ଅବସ୍ଥାରେ ପିକଅପ୍ ଭ୍ୟାନ୍ ଚାଳକ ଗାଡ଼ି ଚଳାଉଥିବା ବେଳେ  ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା।  ଏହି ବେପରୁଆ ଗାଡ଼ି ଚାଳନା ନେଇଯାଇଥିଲା ସ୍କୁଟି ଚାଳକଙ୍କ ଜୀବନ। ମୃତ ସ୍କୁଟି ଚାଳକ ହରିଡ଼ାଖଣ୍ଡି ଧର୍ମନଗର ସାହିର ବାବୁଲା ଗୌଡ଼ ବୋଲି ସୂଚନା ମିଳିଛି।