ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଗଜପତି ଜିଲ୍ଲାର ରାୟଗଡ଼ା ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦୀଲିପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ଏକକାଳୀନ ସହକାରୀ ଯନ୍ତ୍ରୀଙ୍କ ବ୍ରହ୍ପପୁର ଓ ଗଜପତିର ୪ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ରହିଛି।

Advertisment

ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉ ଚଳାଇଛନ୍ତି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଜାରି କରିଥିବା ୱାରେଣ୍ଟ ଅନୁସାରେ ଭିଜିଲାନ୍ସ ପକ୍ଷରୁ ଖାନତଲାସ୍ ଆରମ୍ଭ କରାଯାଇଛି।