ଭଞ୍ଜନଗର: କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଜାରି କରାଯାଇଛି। ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି। ଘରେ ବହୁ ସମୟ ବିତାଉଥିବାରୁ ପ୍ରାୟ ସମୟ ରାସ୍ତାଘାଟ ଶୂନଶାନ ରହୁଛି। ଖାସ୍ କରି ସଂନ୍ଧ୍ୟା ସମୟରେ କେହି ଘରୁ ବାହାରକୁ ବାହାରୁ ନାହାନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସକାଳ ସମୟ ଧାର୍ଯ୍ୟ କରାଯାଇଥିବାରୁ ସଂନ୍ଧ୍ୟା ସମୟ ସାହି ଗଳିରେ ଲୋକ ମାନେ ଘରୁ ରହୁଥିବା ଦେଖିବାକୁ ମିଳୁଛି। ଆଉ ଏହି ଭଳି ପରିବେଶ ପଶୁଜନ୍ତୁଙ୍କୁ ବେଶ ସୁହାଇଲା ପରି ମନେ ହେଉଛି। ଅନାୟସରେ ଅନେକ ଜୀବଜନ୍ତୁ ରାସ୍ତାଘାଟରେ ବୁଲୁଛନ୍ତି। ସହର ତଳି ପାହାଡିଆ ଅଞ୍ଚଳରେ ରହୁଥିବା ପଶୁ ଜନ୍ତୁ ସହରରେ ଭିତରେ ବୁଲୁଥିବା ଦେଖିବାକୁ ମିଳୁଛି।
ପାହାଡିଆ ଜଙ୍ଗଲରେ ରହୁଥିବା ସାଲିଆପତିନି, ବଣ ବିଲେଇ,ନେଉଳ,ମାଙ୍କଡ ଭଳି ଜୀବଜନ୍ତୁ ଏବେ ସହର ଭିତରେ ବୁଲୁଥିବା ଲୋକମାନେ ଦେଖିବାକୁ ପାଉଥିବା ପ୍ରକାଶ କରିଛନ୍ତି। ସହରକୁ ମଧ୍ୟରେ ଗାନ୍ଧୀ କୌଳାସ ପାହାଡ ରହିଥିବା ବେଳେ ସହର ଉପକଣ୍ଠରେ ସୋରାଦେବୀ ଜଙ୍ଗଲ,ବାଗ୍ଦେବୀ ଜଙ୍ଗଲ ଆଦି ସ୍ଥାନରୁ ବହୁ ଜନ୍ତୁ ସହରରେ ବିଚରଣ ବର୍ତ୍ତମାନ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଗତକାଲି ରଘୁନାଥ ବିହାରରେ ସଂନ୍ଧ୍ୟା ୮ଟା ସମୟରେ ଏକ ସାଲିଆପତନି ସାହିରେ ବୁଲୁଥିବା ବେଳେ ଏହା ସାହିରେ ଲାଗିଥିବା ଜଣଙ୍କ ସିସି କ୍ୟାମେରାରେ କଏଦ ହୋଇଥିଲା। ଯାହା ଫଳରେ ଲକ୍ ଡାଉନ୍ ଏହି ଜୀବଜନ୍ତୁ ମାନଙ୍କୁ ଅନାୟସରେ ବୁଲାବୁଲି କରିବାରେ ବେଶ ସହାୟକ ହୋଇଛି। ମାଙ୍କଡ ପଲ ମଧ୍ୟ ପୂର୍ବରୁ ଉଭା ହୋଇଯାଇଥିବା ବେଳେ ବର୍ତ୍ତମାନ ପଲ ପଲ ମାଙ୍କଡ ସହରର ବିଭିନ୍ନ ଯାଗାରେ ଘୂରି ବୁଲୁଥିବା ଲକ୍ଷ୍ୟ କରାଯାଇଛି। ଅନେକ ଜଙ୍ଗଲ ଜନ୍ତୁ ମଧ୍ୟ ବର୍ତ୍ତମାନ ଜନବସତି ମୁହାଁ ହୋଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2020/04/810e263d-4ddb-4c1c-a5e3-9c0ebf73c106-1024x472.jpg)
ଗତ କିଛି ଦିନ ତଳେ ବୁଦୁଲି ଗ୍ରାମରେ ଏକ ହରିଣ ଗ୍ରାମ ଭିତରକୁ ପଶି ଆସିଥିବା ବେଳେ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ହରିଣଟିକୁ ଉଦ୍ଧାର କରି ଦୁର୍ଗାପ୍ରସାଦ ଜଙ୍ଗଲରେ ଛଡା ଯାଇଥିଲା। ସେହିପରି ଲାଠିପଡା ଗ୍ରାମରେ ନିକଟକୁ ମଧ୍ୟ ଏକ ହରିଣ ଆସଥିବା ଜଣାପଡିଥିଲା। ଲକ୍ ଡାଉନ୍ ଯୋଗୁ ପରିବେଶରେ ବହୁ ପରିବର୍ତ୍ତନ ଘଟିଛି। ଲୋକ ମାନଙ୍କ ଚଳପ୍ରଚଳ କମିବା ସହ ବାୟୁ ମଣ୍ଡଳରେ ପ୍ରଦୂଷଣ କମିବା ଜୀବଜନ୍ତୁଙ୍କ ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରିଛି। ତେବେ ଏଭଳି ସହର ଭିତରେ ଜୀବଜନ୍ତୁ ମାନଙ୍କ ଅନାୟସରେ ଚଳପ୍ରଚଳ ଦ୍ବାରା ସେମାନଙ୍କ ଜୀବନ ପ୍ରତି ବିପଦ ରହିବା ସହ ଲୋକମାନଙ୍କୁ ମଧ୍ୟ କେତେବେଳେ କ୍ଷତି ପହଞ୍ଚାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/7557e69f-84bc-48b7-b4a4-f9eb7d07e53b.jpg)