ରୋଚକ ସ୍ଥିତିରେ ଆସିକା ଲୋକସଭା ଆସନ : ବିଜେଡିକୁ ଚିନ୍ତା ମାଳ ମାଳ ଆଶାୟୀ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ଗଞ୍ଜାମ ଜିଲ୍ଲାର ଆସିକା ସ˚ସଦୀୟ କ୍ଷେତ୍ରରୁ ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ତାଙ୍କ ରାଜନୈତିକ ଜୀବନ ଏହି ଆସନରୁ ଆରମ୍ଭ କରିଥିଲେ। ଗୁରୁତ୍ବପୂର୍ଣ୍ଣ ଏହି ସ˚ସଦୀୟ କ୍ଷେତ୍ର ଉପରେ ସମସ୍ତ ରାଜନୈତିକ ଦଳର ଏେବ ନଜର ରହିଛି। ତେବେ ଏକାଧିକ ଆଶାୟୀ ବିେଜଡିକୁ ଚିନ୍ତାରେ ପକାଇଛି।

ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା, ସାନଖେମୁଣ୍ତି ଏବ˚ ହିଞ୍ଜିଳି ବିଧାନସଭା କ୍ଷେତ୍ରକୁ େନଇ ଆସିକା ସ˚ସଦୀୟ କ୍ଷେତ୍ର ଗଠିତ। ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଆସନ ହିଞ୍ଜିଳି ଏହି ସ˚ସଦୀୟ କ୍ଷେତ୍ର ମଧ୍ୟରେ ରହିଛି। ଏହି ଦୃଷ୍ଟିରୁ ଉକ୍ତ ସ˚ସଦୀୟ କ୍ଷେତ୍ର ଅନେକ ଗୁରୁତ୍ବ ବହନ କରେ।୧୯୯୮ ମସିହା ଠାରୁ ବିଜୁ ଜନତା ଦଳ(ବିଜେଡି) ଏହି ସ˚ସଦୀୟ କ୍ଷେତ୍ରକୁ କବ୍‌ଜା କରି ରଖିଛି। ୨୦୧୪ ସାଧାରଣ ନିର୍ବାଚନରେ ଏହି ସ˚ସଦୀୟ କ୍ଷେତ୍ରରୁ ବିଜୁ ଜନତା ଦଳର ପ୍ରାର୍ଥୀ ଲଡୁ କିଶୋର ସ୍ବାଇଁ ଲଢି ବିଜୟୀ ହୋଇଥିଲେ। ଗତ ଫେବୃୟାରୀ ୫ ତାରିଖରେ ସା˚ସଦଙ୍କର ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି।

ଆସନ୍ତା ସାଧାରଣ ନିର୍ବାଚନରେ ଏହି ସ˚ସଦୀୟ କ୍ଷେତ୍ରରୁ ତିନି ପ୍ରମୁଖ ଦଳ ବିଜେଡି, ବିେଜପି ଏବ˚ କ˚ଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଲାଣି। ବିେଜପି ଦଳରୁ ୩ ଜଣ ଆଶାୟୀ ରହିଛନ୍ତି। ଗତ ନିର୍ବାଚନରେ ଲଢି ତୃତୀୟ ସ୍ଥାନରେ ରହିଥିବା ମହେଶ ମହାନ୍ତି ଆଶାୟୀ ରହିଛନ୍ତି। ଆସିକା ସମବାୟ ବ୍ୟାଙ୍କର ୧୧ବର୍ଷ ସଭାପତି ରହିଥିବା ଏବ˚ ବିଜେପିର ଘୁମୁସର ସା˚ଗଠନିକ ଜିଲ୍ଲା ସଭାପତି ତଥା ସକ୍ରିୟ କାର୍ଯ୍ୟକର୍ତ୍ତା ସୂର୍ଯ୍ୟକାନ୍ତ ଦାସ ମଧ୍ୟ ଟିେକଟ୍ ଦୌଡରେ ଅଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଆଶାୟୀ ରହିଛନ୍ତି। ଏମିତିରେ ବି ପୂର୍ବରୁ ତାଙ୍କ ମାଆ କୁମୁଦିନୀ ପଟ୍ଟନାୟକ ମଧ୍ୟ ଏହି ଆସନରୁ ପ୍ରତିନିଧିତ୍ବ କରୁଥିଲେ। ଏଣୁ ଅନୀତାଙ୍କୁ ପ୍ରାର୍ଥୀ କରି ବିେଜଡିରେ େଭାଟ ବିଭାଜନ କରିବା ଲକ୍ଷ୍ୟରେ ରହିଛି ବିଜେପି।

କିଛି ଦଶନ୍ଧି ଧରି ଆସିକା ସ˚ସଦୀୟ କ୍ଷେତ୍ରକୁ କ˚ଗ୍ରେସ ବି ଦଖଲ କରି ରଖିଥିଲା। ଦକ୍ଷ ନେତୃତ୍ବର ଅଭାବ ଯୋଗୁଁ ଏହି ସ˚ସଦୀୟ କ୍ଷେତ୍ରକୁ କ˚ଗ୍ରେସ ହାତଛଡା କରିଛି। ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ କ˚ଗ୍ରେସ-ସିପିଆଇ ମଧ୍ୟରେ ମେଣ୍ଟ ହେବା ଏକରକମ ନିଶ୍ଚିତ। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ପ୍ରାୟତଃ ସରିଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ଲୋକସଭା ଆସନ ପାଇଁ ରାମକୃଷ୍ଣ ପଣ୍ତାଙ୍କୁ ପ୍ରାର୍ଥୀ କରାଯାଇପାରେ। ତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡି ମଧ୍ୟ ଏହି ଆସନ ଉପରେ ଆଖି ରଖିଛନ୍ତି। ଯଦି େମଣ୍ଟ ନ ହୁଏ, ତେବେ କେଂଗ୍ରସର ଦୁଇ ବରିଷ୍ଠ େନତା ଲୋକନାଥ ରଥ ଓ ନିରଞ୍ଜନ ପାଣିଗ୍ରାହୀଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯାଇପାରେ।

ହେଲେ ଦୀର୍ଘ ୨୦ବର୍ଷ ଧରି ଏହି ଆସନକୁ ଦଖଲରେ ରଖି ଆସିଥିବା ବିଜେଡି ଏହି ଆସନ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ରହିଛି। କିନ୍ତୁ ଅନେକ ଆଶାୟୀ ଦଳ ପାଇଁ ଚିନ୍ତାର ବିଷୟ ହେଲେଣି। ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାମ ଚର୍ଚ୍ଚାରେ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କ˚ଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଓ ତାଙ୍କୁ ବ୍ରହ୍ମପୁର ଆସନ ମିଳିପାରେ। ଏପରି େକ୍ଷତ୍ରରେ େଲାକପ୍ରିୟ ଏହି ତାରକାଙ୍କୁ ଆସିକାରୁ ପ୍ରାର୍ଥୀ କରାଯିବା େନଇ ଚର୍ଚ୍ଚା େହଉଛି। ଏମାନଙ୍କ ବ୍ୟତୀତ ଆସିକା ଲୋକସଭା ଆସନରୁ ଦିବ˚ଗତ ଏମ୍‌ପିଙ୍କ ପରିବାର ସଦସ୍ୟ, ପୂର୍ବତନ ଏମ୍‌ପି ନିତ୍ୟାନନ୍ଦ ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ଅରୁଣ ପଣ୍ତା, ମନୋରଞ୍ଜନ ପଣ୍ତା, ପୂର୍ବତନ ମନ୍ତ୍ରୀ ଉଷାରାଣୀ ପଣ୍ତାଙ୍କ ପୁଅ ଓ ଝିଅ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସେହିପରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ବି ଦଳ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ଲଡୁ କିଶୋର ସ୍ବାଇଁ    ୫,୪୧, ୪୭୩
ବିଜେପି    ମହେଶ ଚନ୍ଦ୍ର ମହାନ୍ତି   ୬୭, ୩୬୧
କ˚ଗ୍ରେସ   ଲୋକନାଥ ରଥ       ୨, ୨୯, ୪୭୬
ଆପ୍‌        ପ୍ରଭାତ ମହାନ୍ତି        ୧୧୦୬୩
ତୃଣମୂଳ କ˚ଗ୍ରେସ  ବ˚ଶୀଧର ତ୍ରିପାଠୀ   ୭୫୫୩
ସ୍ବାଧୀନ     କେ.ଶ୍ୟାମବାବୁ ସୁବୁଦ୍ଧି  ୫୨୯୩
ସ୍ବାଧୀନ     କାଳୀଚରଣ ନାୟକ     ୫୧୯୨
ସିପିଆଇ (ଏମ୍‌ଏଲ୍‌)(ଏଲ୍‌) ଶଙ୍କର ସାହୁ  ୪୩୬୧
ନୋଟା       ……..      ୧୫୩୮୨

ସମ୍ବନ୍ଧିତ ଖବର