ଏନ୍‌କାଉଣ୍ଟରରେ ଆହତ କୁଖ୍ୟାତ ଅପରାଧୀ ବାବୁ ନାଏକଙ୍କ ହସ୍ପିଟାଲରେ ମୃତ୍ୟୁ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡ଼ାବଣି ଜଙ୍ଗଲରେ ମଙ୍ଗଳବାର ଏନ୍‌କାଉଣ୍ଟରରେ ଆହତ କୁଖ୍ୟାତ ଅପରାଧୀ ବାବୁ ନାଏକଙ୍କ ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ହେବା ପରେ ବାବୁ ନାଏକଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାବୁଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଗଂଜାମ ପୁଲିସକୁ ଗୋଟିଏ ଦିନରେ ଆଜି ୨ଟି ସଫଳତା ମିଳିଥିଲା। କୁଖ୍ୟାତ ଅପରାଧୀ ବାବୁ ନାଏକଙ୍କୁ ଆଜି ଅପରାହ୍ନରେ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା। ବାବୁର ଅନ୍ୟ ଜଣେ ସହଯୋଗୀକୁ ପୁଲିସ୍‌ ଗିରଫ କରିଥିବା ବେଳେ ୨ ପିସ୍ତଲ ଏବଂ ବାଇକ୍‌ ଜବତ କରିଥିଲା।

ପୁଲିସ୍‌ କହିବା ଅନୁସାରେ ବାବୁ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ଥିଲା। ନିକଟରେ ବାବୁକୁ ପୁଲିସ୍‌ ଏନ୍‌କାଉଣ୍ଟ କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ବାବୁ ଫେରାର ହୋଇଯାଇଥିଲା। ଏହି ଘଟଣାରେ ଗଂଜାମ ପୁଲିସ ୫ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଥିଲା। ସୂଚନାଯୋଗ୍ୟ ଗଂଜାମ ପୁଲିସ ଆଜି ସକାଳେ ଅପରାଧୀ ମାଛୁଆକୁ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର