କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ଛକରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ସାଇରନ ହେଲା କାଳl ପୁଲିସ ସାଇରନ ଭାବି ଛତ୍ରଭଙ୍ଗ ଦେଲେ ଚୋର। ଚମ୍ପଟ ମାରିବା ପୂର୍ବରୁ ଚୋରମାନେ ଦୁଇଟି ଶାବଳ ଛାଡ଼ିଦେଇଲେ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ମୁଖ୍ୟ ରାସ୍ତାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗତକାଲି ରାତ୍ରିରେ କିଛି ଚୋର ଚୋରି କରିବାକୁ ଆସି ବ୍ୟାଙ୍କ ଭିତରକୁ ପଶିଥିଲେ। ସାଙ୍ଗରେ ଆଣିଥିବା ଶାବଳ ସହାୟତାରେ ଗ୍ରିଲ ତାଲା ଭାଙ୍ଗିବାରେ ସମର୍ଥ ହୋଇଥିଲେ। ଲକର ପାଖରେ ପହଞ୍ଚି ଚାବି ଭାଙ୍ଗିବାକୁ ଉଦ୍ୟମ କଲାବେଳେ ବ୍ୟାଙ୍କ ସାଇରନ ବାଜି ଉଠିଥିଲା। ପୁଲିସ ଗାଡ଼ି ଆସିବା ଅନୁମାନ କରି ଚୋରମାନେ ଚମ୍ପଟ ମାରିଥିଲେ। ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ଆଇଆଇସି ପ୍ରଭାତ କୁମାର ସାହୁ, ଏଏସଆଇ କେ. ନୀଳାଦ୍ରି ରେଡି ଓ ପୁଲିସ ଟିମ ପହଞ୍ଚି ଅନୁସନ୍ଧାନ କରୁଛନ୍ତି।

Advertisment

ଘଟଣାସ୍ଥଳରୁ ପୁଲିସ ଦୁଇଟି ଶାବଳ ଜବତ କରିଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆଗକୁ ବଢାଇବା ସହ ସିସି ଟିଭି ଫୁଟେଜରୁ ତଦନ୍ତରେ ସୁରାକ ଯୋଗାଇବ। ବ୍ୟାଙ୍କ ପରିଚାଳକ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।