ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ପାହାଡ଼ରୁ ଅତି ବିରଳ ବରକୁଦିଆ ଲେଗଲେସ ଲିଜ଼ାର୍ଡକୁ ଠାବ କରିଛି ସ୍ନେକ ହେଲ୍ପ ଲାଇନ। ଏହା ଏକ ଗୋଡ଼ହୀନ ଚମ୍ପେଇନେଉଳ ପ୍ରଜାତି। ଏହି ପ୍ରାଣୀଟି ଆଗରୁ ଓଡ଼ିଶାରେ ମାତ୍ର ଦୁଇଟି ସ୍ଥାନରୁ ଠାବ କରାଯାଇଥିଲା।
/sambad/media/post_attachments/wp-content/uploads/2022/03/7777473e-e7d7-492b-bc63-755f2c616dee.jpg)
ଏହାର ସାଧାରଣ ନାମ ବରକୁଦିଆ ଲିମ୍ବ ଲେସ ସ୍କିଙ୍କ, ଏବଂ ବୈଜ୍ଞାନିକ ନାମ୍ ବରକୁଦିଆ ଇନ୍ସୁଲାରିସ। ୧୯୧୭ ମସିହାରେ ଚିଲିକାରେ ଥିବା ବରକୁଦ ଦ୍ବୀପରୁ ଏହି ଲେଗଲେସ ଲିଜ଼ାର୍ଡକୁ ଆବିଷ୍କାର କରାଯାଇଥିଲା। ଓଡ଼ିଶାରେ ବରକୁଦ ଏବଂ ନନ୍ଦନକାନନକୁ ଛାଡ଼ିଦେଲେ ରାଜ୍ୟରେ ଆଉ କେଉଁଠି ଏହା ଦେଖାଯାଉ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/3226bfee-cd41-4b09-818a-70824e5932c9.jpg)
