ପ୍ରେମିକା ଭାଙ୍ଗିଥିଲା ବାହାଘର:ପ୍ରେମିକ କୋର୍ଟ ଚାଲାଣ

ବୁଗୁଡ଼ା,: ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ଓ ପ୍ରତାରଣା ମାମଲାରେ ବୁଗୁଡ଼ା ପୁଲିସ ଅଭିଯୁକ୍ତ ବୁଗୁଡ଼ା ଅଞ୍ଚଳର ରବୀନ୍ଦ୍ର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ରବୀନ୍ଦ୍ରଙ୍କ ବାପା ଝାଡ଼ଖଣ୍ଡ ରାଜ୍ୟର ଧାନବାଦ ଅଞ୍ଚଳରେ କୋଇଲା ଖଣିରେ କାମ କରୁଥିବା ବେଳେ ସେ ବି ତାଙ୍କ ସହ ରହୁଥିଲା। ଏହା ମଧ୍ୟରେ ରବୀନ୍ଦ୍ର ଉକ୍ତ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖି ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲା। ତେବେ ରବୀନ୍ଦ୍ରର ବାହାଘର ଅନ୍ୟତ୍ର ପରିବାର ଲୋକେ ଠିକ୍ କରିଥିଲେ। ଗତ ୧୯ ତାରିଖରେ ବିବାହ ପାଇଁ ସବୁ ଆୟୋଜନ ସରିଥିବା ସହ ଭୋଜି ଦିଆ ସରିଥିଲା। ସନ୍ଧ୍ୟାରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳ‌େ ରବୀନ୍ଦ୍ରର ପ୍ରେମିକା ହଠାତ୍ ପହଞ୍ଚି ଯାଇଥିଲେ। କନ୍ୟା ପରିବାର ଏହା ଜାଣିବା ପରେ ବାହାଘର ବନ୍ଦ ହୋଇଯାଇଥିଲା। ଏହା ପରେ ଥାନାରେ ଉଭୟ ପକ୍ଷରୁ ନେଇ ବୁଝାସୁଝା ଚାଲିଥିଲା। କିନ୍ତୁ କୌଣସି ସମାଧାନର ବାଟ ନବାହାରିବାରୁ କେସ ନମ୍ବର ୧୨୩ ଅନୁସାରେ ମାମଲା ରୁଜୁ ପରେ ରବୀନ୍ଦ୍ରକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର