ରୋଚକ ସ୍ଥିତିରେ ବ୍ରହ୍ମପୁର ଲୋକସଭା ଆସନ : ବିଜେଡିରେ ମାଳ ମାଳ ଆଶାୟୀ, ନେତୃତ୍ବକୁ ଘାରିଛି ଅନ୍ତଃକନ୍ଦଳ ଭୟ, କ˚ଗ୍ରେସ, ବିଜେପିରେ ପ୍ରାର୍ଥୀ ସଙ୍କଟ

ବ୍ରହ୍ମପୁର : ଏକଦା ବ୍ରହ୍ମପୁର ଲୋକସଭା ଆସନ କ˚ଗ୍ରେସର ଗଡ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସି˚ହ ରାଓ ଏହି ସ˚ସଦୀୟ କ୍ଷେତ୍ରରୁ ଲଢି ଜିତିଥିଲେ। କିନ୍ତୁ ଗତ ୧୦ବର୍ଷ ହେଲା ବିଜୁ ଜନତା ଦଳ(ବିଜେଡି) ଦଖଲରେ ରହିଛି ଏହି ଆସନ। ଗୁରୁତ୍ବପୂର୍ଣ୍ଣ କଥା େହଲା, ଗତ ସାଧାରଣ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇଥିବା କ˚ଗ୍ରେସ ଓ ବିେଜପି ନେତା ଇତିମଧ୍ୟରେ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ଉକ୍ତ ଦୁଇ ଦଳ ଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ। ଏପଟେ ବିଜେଡିରେ ମାଳମାଳ ପ୍ରାର୍ଥୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି। େଗାଟିଏ ଧାଡିରେ କହିବାକୁ ଗଲେ, ତିନି ପ୍ରମୁଖ ଦଳ ପାଇଁ ପ୍ରାର୍ଥୀ ଚୟନ କାଠିକର ପାଠ ହେବ।

୧୯୫୧ ପ୍ରଥମ ଲୋକସଭା ନିର୍ବାଚନ ବେଳେ ବ୍ରହ୍ମପୁର ଲୋକସଭା ଆସନ ବୋଲି କିଛି ନ ଥିଲା। ଷଷ୍ଠ ଲୋକସଭା ନିର୍ବାଚନରେ ଅର୍ଥାତ ୧୯୭୭ ମସିହାରେ ବ୍ରହ୍ମପୁର ଲୋକସଭା ଆସନ ସୃଷ୍ଟି ହୋଇଥିଲା। ସେତେବେଳେ ଏହି ଆସନ କ˚ଗ୍ରେସ ହାତକୁ ଯାଇଥିଲା। ଏହାପର ଠାରୁ କ˚ଗ୍ରେସ ଢେର୍ ବର୍ଷ ଯଆଏ ଏହି ଆସନକୁ ହସ୍ତମୁଦି ମାହାଲ ଭଳି ବ୍ୟବହାର କରି ଆସିଥିଲା। ଏପରିକି ୧୯୯୬ ନିର୍ବାଚନରେ ଏହି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସି˚ହ ରାଓ ବିଜୟୀ ହୋଇଥିଲେ। ପିି.ଭିଙ୍କୁ ୩ଲକ୍ଷ ୪୦ହଜାର ୫୫୫ଖଣ୍ତ ଭୋଟ ମିଳିଥିଲା।

୧୯୯୯ ଲୋକସଭା ନିର୍ବାଚନରେ କ˚ଗ୍ରେସ ଏହି ଆସନ ପ୍ରଥମ ଥର ପାଇଁ ହାତ ଛଡା କରିଥିଲା। ସେତେବେଳେ ବିଜେଡି-ବିେଜପି ମେଣ୍ଟ ହୋଇଥିବାରୁ ଏହି ଆସନ ବିେଜପି ଭାଗରେ ପଡିଥିଲା। ବିେଜପି ପ୍ରାର୍ଥୀ ଅନାଦି ଚରଣ ସାହୁ ୩ ଲକ୍ଷ ୧୦ ହଜାର ୭୦୪ଖଣ୍ତ ଭୋଟ ପାଇଁ ଜିତିଥିଲେ। କିନ୍ତୁ ୨୦୦୪ ଲୋକସଭାରେ ପୁଣି କ˚ଗ୍ରେସ ଏହି ଆସନକୁ କବଜ୍ଜା କରି େନଇଥିଲା। ବିେଜପି ପ୍ରାର୍ଥୀ ଅନାଦି ସାହୁଙ୍କୁ ହରାଇ କ˚ଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ବିଜୟୀ ହୋଇ ଉପା ନେତୃତ୍ବାଧୀନ ସରକାରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହୋଇଥିଲା। କିନ୍ତୁ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ କ˚ଗ୍ରେସ ନିଜ ଗଡକୁ ଆଉ ସୁରକ୍ଷିତ ରଖିବାରେ ସକ୍ଷମ ହୋଇ ନ ଥିଲା।

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ତି, ଚିକିଟି ନିର୍ବାଚନ ମଣ୍ତଳୀ ଏବ˚ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ତି ନିର୍ବାଚନମଣ୍ତଳୀକୁ ବ୍ରହ୍ମପୁର ଲୋକସଭା ଆସନ ଗଠିତ। ୨୦୦୯ରେ ଏହି ଆସନରୁ କ˚ଗ୍ରେସରୁ ଚନ୍ଦ୍ର ଶେଖର ସାହୁ, ବିଜୁ ଜନତା ଦଳ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବ˚ ବିେଜପିରୁ ଭରତ ପାଇକ ପ୍ରାର୍ଥୀ ହୋଇଥିଲେ। ସିଦ୍ଧାନ୍ତ ବିଜୟୀ ହୋଇଥିଲେ। ସେହିପରି ୨୦୧୪ ଅନୁରୂପ ସ୍ଥିିତି ଉପୁଜିଥିଲା ଓ ବିଜେଡିରୁ ସିଦ୍ଧାନ୍ତ ଜିତିଥିେଲ। ଗତଥର କିନ୍ତୁ ବିେଜପି ତାର ସାଂସଦ ପ୍ରାର୍ଥୀ ପରିବର୍ତନ କରି ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ତାଙ୍କୁ ପ୍ରାର୍ଥୀ କରିଥିଲା।

ବର୍ତ୍ତମାନ ବ୍ରହ୍ମପୁର ଲୋକସଭା ଆସନରେ ରାଜନୈତିକ ପାଣିପାଗ ଭିନ୍ନ ରହିଛି। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ରହିଥିବା ଦୁଇ ପ୍ରତିଦ୍ବନ୍ଦୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବ˚ ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ତା ଦଳ ଛାଡି ବିଜେଡିରେ ଯୋଗଦେଛନ୍ତି। ଏପରି କି ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ କ˚ଗ୍ରେସ ଉଜୁଡି ଯାଇଛି। ବହୁତୁଙ୍ଗ ନେତା କ˚ଗ୍ରେସ ଛାଡି ବିଜେଡି ଶିବିରକୁ ଯାଇଛନ୍ତି। ତୁଙ୍ଗନେତାଙ୍କୁ ପାଇଁ ବିଜେଡି ଶକ୍ତି ବୃଦ୍ଧି କରିଛ ସତ କିନ୍ତୁ ଲୋକସଭା ଆସନ ଲାଗି ଆଶାୟୀ ସ˚ଖ୍ୟା ବଢିବା ସାଙ୍ଗକୁ ଦଳୀୟ କନ୍ଦଳ ମୁଣ୍ତ ଟେକିଛି। ଏହି ଆସନରୁ ଲଢିବା ପାଇଁ ବର୍ତ୍ତମାନର ସା˚ସଦ ସିଦ୍ଧାନ୍ତ ମହାପାତ୍ର ଆଶାୟୀ ରହିଥିବା ବେଳେ ବିଜେଡିରେ ଯୋଗଦେଇଥିବା ଚନ୍ଦ୍ରଶେଖର ଓ ରାମଚନ୍ଦ୍ର ମଧ୍ୟ ଦୌଡରେ ପଛରେ ନାହାନ୍ତି। ବିଜେଡି ନେତା ଟି.ଗୋପୀଙ୍କ ନାମ ଆଶାୟୀ ତାଲିକାେର ରହିଛି।

୧୯୭୭ ଠାରୁ ଇତିମଧ୍ୟରେ ହୋଇଥିବା ନିର୍ବାଚନ ମଧ୍ୟରେ ୩ଟି ନିର୍ବାଚନ କ˚ଗ୍ରେସ ଏହି ଆସନକୁ ହାତଛଡା କରିଥିବା ବେଳେ ଏଥର ଏହି ଆସନ କିଭଳି ପୁଣି ଭଲ ପ୍ରଦର୍ଶନ କରିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରୁଛି। କିନ୍ତୁ ଦଳ ପାଇଁ ଉପଯୁକ୍ତ ପ୍ରାର୍ଥୀ ସଙ୍କଟ ଲାଗି ରହିଛି। ଏହି ଲୋକସଭା ଆସନ ଲାଗି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସମାନ୍ତରାୟ, କ˚ଗ୍ରେସ ଜିଲ୍ଲା ସଭାପତି ଡାକ୍ତର ତ୍ରିନାଥ ବେହେରା, ଶିବ ପାତ୍ର ଏବ˚ ବରିଷ୍ଠ ଓକିଲ ରଶ୍ମୀରଞ୍ଜନ ପଟ୍ଟନାୟକ ଆଶାୟୀ ରହିଛନ୍ତି। ଗତ ନିର୍ବାଚନରେ ଶିବ ପାତ୍ର ହିଞ୍ଜିଳି ବିଧାନ ସଭା ଆସନରୁ କ˚ଗ୍ରେସ ପ୍ରାର୍ଥୀ ଭାବେ ଲଢି ହାରିଥିଲେ।

େସହିଭଳି ବିେଜପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଜେପି ଜିଲ୍ଲା ସଭାପତି କାହ୍ନୁ ପତି ଏହି ଲୋକସଭା ଆସନ ଲାଗି ଆଶାୟୀ ଅଛନ୍ତି। ବିେଜପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ରଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରରେ ଅଛି। ତେବେ ବିେଜପି ଜଣେ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଥିବା କୁହାଯାଇଛି। ଯଦି କ˚ଗ୍ରେସ-ବାମଦଳ ମେଣ୍ଟହୁଏ ତେବେ ଏହି ଆସନରୁ ବାମଦଳରୁ କେହି ପ୍ରାର୍ଥୀ ରହିବେ ନାହିଁ ବୋଲି କୁହାଯାଉଛି।

(ବ୍ରହ୍ମପୁର) ୨୦୧୪ ନିର୍ବାଚନ ଫଳାଫଳ

ଦଳ             ପ୍ରମୁଖ ପ୍ରାର୍ଥୀ          ଭୋଟ
ବିଜେଡି      ସିଦ୍ଧାର୍ଥ ମହାପାତ୍ର     ୩,୯୮,୧୦୭
କଂଗ୍ରେସ     ଚନ୍ଦ୍ର‌େଶଖର ସାହୁ    ୨,୭୦,୩୮୭
ବିଜେପି      ରାମଚନ୍ଦ୍ର ପରିଡ଼ା     ୧,୫୮,୮୧୧

ସମ୍ବନ୍ଧିତ ଖବର