ଭଞ୍ଜନଗର, (ଜ୍ଞାନଚାନ୍ଦ୍ ଜଗନ୍ନାଥ): ଗଞ୍ଜାମ ଜିଲ୍ଲାର ପ୍ରମୁଖ ନିର୍ବାଚନମଣ୍ଡଳୀ ହେଉଛି ଭଞ୍ଜନଗର। ଇତିହାସରେ କହେ, ଏକଦା ଏହି ଆସନଟି କଂଗ୍ରେସ ଗଡ ରହିଥିଲା। ଏହି ନିର୍ବାଚନମଣ୍ଡଳୀର ବହୁ ନେତା ରାଜ୍ୟ ସ୍ତରରେ ନେତୃତ୍ବ ନେଇଛନ୍ତି। କିନ୍ତୁ କଂଗ୍ରେସ ଗଡରେ ପଶି ବିଜେଡି ଏବେ ବିଜୟ ଧାରା ଅବ୍ୟାହତ ରଖିଛି। ବିଜେଡିରେ ବିକଳ୍ପ ସାଜି େକହି ଏଯାଏ ଶଙ୍ଖ ଦଳକୁ ଅଟକାଇ ପାରି ନାହାନ୍ତି।
୧୯୯୦ ମସିହାରେ ଜନତା ଦଳର ରାମକୃଷ୍ଣ ଗୌଡଙ୍କ ଠାରୁ ଉମାକାନ୍ତ ମିଶ୍ର ହାରିଥିେଲ ଓ ଏହି ଆସନରେ ଅଣ କଂଗ୍ରେସ ରାଜନୈତିକ ଦଳ ତାର ଶକ୍ତି େଦଖାଇଥିଲା। ଏହାପରଠାରୁ କଂଗ୍ରେସର ଆଉ ଉଧାଇପାରୁନି।
୧୯୯୫ ମସିହାରେ କଂଗ୍ରେସ ଓ ଜନତା ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା ଓ ଯୁବ ନେତା ବିକ୍ରମ କେଶରୀ ଆରୁଖ ସେ ସମୟରେ ବିଜୟ ଲାଭ କରିଥିଲେ। ଏଥିରେ କଂଗ୍ରେସର ବର୍ଷିୟାନ ନେତା ସୋମନାଥ ରଥଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ପୂର୍ବରୁ ସୋମନାଥ ତିନି ଥର ଏହି ଆସନରୁ ବିଜୟ େହାଇଥିଲେ। ରାଜ୍ୟ ରାଜନୀତିରେ ଶ୍ରୀ ରଥଙ୍କର ବେଶ୍ ଦବଦବା ଥିଲା।
୨୦୦୦ ଓ ୨୦୦୪ ମସିହାରେ କଂଗ୍ରେସ ଦଳରୁ ବି ଦଣ୍ଡପାଣି ପାତ୍ର ଟିକେଟ ପାଇଥିଲେ େହଁ, ବହୁ କମ ଭୋଟ ବ୍ୟବଧାନରେ ଶ୍ରୀ ଆରୁଖଙ୍କ ଠାରୁ ହାରିଥିଲେ। ୨୦୦୯ ମସିହାରେ ସୀମା ପୁନଃନିର୍ଦ୍ଧାରଣ ପରେ ମଧ୍ୟ ଭଞ୍ଜନଗର ବ୍ଳକ, ଏନଏସି ଓ ଜଗନ୍ନାଥ ପ୍ରସାଦ ବ୍ଲକକୁ ନେଇ ଏହି ନିର୍ବାଚନମଣ୍ଡଳୀ େହଲା। କିନ୍ତୁ େସହି ନିର୍ବାଚନରେ ରାଜ୍ୟରେ ସବୁଠାରୁ ଅଧିକ େଭାଟରେ ଶ୍ରୀ ଆରୁଖ ବିଜୟ େହାଇଥିଲେ। କେଂଗ୍ରସର ଦେବୀ ବିଷୋୟୀଙ୍କୁ ୭୩,୩୬୭ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୧୪ ମସିହାରେ କଂଗ୍ରେସ ଦଳ ପୁଣି ପାର୍ଥୀ ପରିବର୍ତ୍ତନ କରି ବିନାୟକ ତ୍ରିପାଠୀକୁ ଟିକେଟ େଦଇଥିଲା। ହେଲେ କେଂଗ୍ରସକୁ ବିଜୟୀ କରିବାରେ ଶ୍ରୀ ତ୍ରିପାଠୀ ସକ୍ଷମ େହଲେ ନାହିଁ। ଏଥିସହିତ ଶ୍ରୀ ଆରୁଖ ୧୯୯୫ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ୫ଟି ନିର୍ବାଚନରେ କ୍ରମାଗତ ଭାବେ ବିଜୟଲାଭ କରି ଆସିଛନ୍ତି।
ଏମିତି ଏକ ପୃଷ୍ଠଭୂମିେର ଆସନ୍ତା ନିର୍ବାଚନ ପାଇଁ ସଜବାଜ ଆରମ୍ଭ େହାଇଛି। କଂଗ୍ରେସ ତାହାର ଗଡକୁ ପୁଣି ଫେରାଇ ଆଣିବାକୁ ଅଣ୍ଟା ଭିଡିଛି। ବିଜେପି ମୋଦୀ ମନ୍ତ୍ରକୁ ଆୟୁଧ କରି ଏହି ଆସନ ଦଖଲ ଚକ୍କରରେ ଅଛି। ବିଜେଡିର ଅସନ୍ତୁଷ୍ଟ ନେତା ଓ କର୍ମୀ ଉପରେ କଂଗ୍ରେସ ଓ ବିଜେପିର ନଜର ରହିଛି। ଏପଟେ ମନ୍ତ୍ରୀ ଶ୍ରୀ ଆରୁଖ କିନ୍ତୁ ଦୁଇଟି ବ୍ଲକରେ ଥିବା ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଏକାଠି କରିବାରେ ଲାଗିଛନ୍ତି।
ଆସନ୍ତା ନିର୍ବାଚନରେ ଶ୍ରୀ ଆରୁଖ ବିେଜଡିରୁ ଲଢିବା ପ୍ରାୟ ନିଶ୍ଚିତ। ପାର୍ଥୀ େଖାଜୁଛନ୍ତି କଂଗ୍ରେସ ଓ ବିଜେପି। ଏହି ଦୁଇ ଦଳର ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡି ଲାଗିଛି।
କଂଗ୍ରେସରୁ ସ୍ବର୍ଗତ ସୋମନାଥ ରଥଙ୍କ ପୁତ୍ର ନୃସିହ ରଥ, ସଞ୍ଜୟ ତ୍ରିପାଠୀ, ପ୍ରଶାନ୍ତ କୁମାର ବିଶୋୟୀ ଓ ଦେବୀ ବିଷୋୟୀ ଆଶାୟୀ ପାର୍ଥୀ ତାଲିକାରେ ଅଛନ୍ତି। ବିଜେପି ଦଳରୁ ଓକିଲ ସଂଘ ସଭାପତି ପ୍ରଦ୍ୟୁମ୍ନ ନାୟକ, ବିେଜପିରେ ସାମିଲ େହାଇଥିବା ପୂର୍ବତନ କେଂଗ୍ରସ େନତା ବିନାୟକ ତ୍ରିପାଠୀ, କୃଷକ ମୋର୍ଚ୍ଚା ଉପସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ଦାବିଦାର ଅଛନ୍ତି। ଦଳର ପୁରୁଣା ନେତା ବିଜେପି ସାଧାରଣ ସମ୍ପଦକ ନୀଳମାଧବ ପାତ୍ର ଓ ମୁରଲୀ ପଣ୍ଡା ମଧ୍ୟ ବିେଜପି ଟିେକଟକୁ ଆଖେଇଛନ୍ତି।
(ଭଞ୍ଜନଗର) ୨୦୧୪ ନିର୍ବାଚନ ଫଳାଫଳ
ବିଜେଡି ବିକ୍ରମ କେଶରୀ ଆରୁଖ ୮୨,୪୬୭
କଂଗ୍ରେସ ବିନାୟକ ତ୍ରିପାଠୀ ୫୦.୭୬୬
ବିଜେପି ପ୍ରଦୀପ କୁମାର ସାହୁ ୭,୮୩୪
ସ୍ବାଧୀନ ମଧୁସୂଦନ ପାଢ଼ୀ ୧,୫୩୯
ବିଏସ୍ପି ପୂର୍ଣ୍ଣଚନ୍ଦ୍ର ନାୟକ ୧,୨୯୮