ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ ଶାଢ଼ି ଏବଂ ଗାର୍ମେଣ୍ଟସ୍ ସୋ’ ରୁମ୍‌ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର୍‌ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁରସ୍ଥିତ କାଞ୍ଜିବାରି ଷ୍ଟ୍ରିଟ୍‌ଠାରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ ମୋଟ ୬୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ସହାୟାର୍ଥେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ଲୋକେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ।

Advertisment

ଷ୍ଟୋର୍‌ର ମୁଖ୍ୟ କୋଟନୀ ରବି କୁମାର କହିଛନ୍ତି ଯେ ଟ୍ରେନ୍‌ ଦୁର୍ଘଟଣା ଆମ ସମସ୍ତଙ୍କୁ ମର୍ମାହତ କରିଛି। ଆହତଙ୍କ ଜୀବନ ରକ୍ଷା ଏବେ ପ୍ରାଥମିକତା ପାଲଟିଛି। ଏଥିପାଇଁ ନିୟମିତ ରକ୍ତର ଆବଶ୍ୟକତା ରହିଛି। ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜନ କରିବାରେ ଲାଗିଛନ୍ତି। ଆମେ ମଧ୍ୟ ସମାଜ ପ୍ରତି ଆମର ଦାୟିତ୍ୱକୁ ପ୍ରତିପାଦିତ କରିବାକୁ ଯାଇ ଏହି ରକ୍ତଦାନ ଅଭିଯାନରେ ସାମିଲ ହୋଇଛୁ । ଶ୍ରୀଦୁର୍ଗା’ ଷ୍ଟୋରର ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ସମେତ ଷ୍ଟୋରକୁ ଆସୁଥିବା ଅନେକ ଗ୍ରାହକ ମଧ୍ୟ ସ୍ୱତଃପ୍ରବୃତ ଭାବେ ରକ୍ତଦାନ କରିଥିଲେ।