ବ୍ରହ୍ମପୁର: ରବିବାର ସକାଳେ କାର୍ ଉପରେ ବୋମା ମାଡ଼ ଘଟଣାରେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ବଡ଼ ମେଡିକାଲରେ। ଅପରାହ୍ନରେ ମେଡିକାଲ୍ ବେଡ୍ ଛାଡ଼ି ଆସି ଅନ୍ୟ ସହଯୋଗୀଙ୍କୁ ନେଇ ବୋମାମାଡ଼ ହୋଇଥିବା ଅଂଚଳ ଓ ଲାଂଜି ପଲ୍ଲୀରେ ତିନିଟି ବାଇକ୍ରେ ପଇଁତରା ମାରି ଆତଙ୍କ ସୃଷ୍ଟି କରିଥିଲେ ଗୋବିନ୍ଦ ନାୟକ। ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ଅନ୍ୟ ୫ଜଣ ରାଧାକୃଷ୍ଣ ସାହୁ, ଦୀପକ ନାୟକ, ଶିବକୁମାର ଘଣ୍ଟ, ପ୍ରଦୀପ କୁମାର ଦଳେଇ, ରାମକୃଷ୍ଣ ଜେନାଙ୍କୁ ଗିରଫ କରିଛି। ସେମାନେ ବ୍ୟବହାର କରିଥିବା ୩ ବାଇକ୍ ଜବତ କରିଛି। ଏନେଇ ଥାନାରେ ଆଇପିସି ଧାରା ୧୪୭, ୧୪୮, ୨୯୪, ୫୦୬, ୧୪୯ରେ (କେସ୍ନଂ୧୪୧/୨୦୧୮) ଏକ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ରବିବାର ବୋମା ମାଡ଼ ଘଟଣାରେ ଚିକେନ୍ ରବି ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ବିଷୋୟୀଙ୍କ ସମେତ ତାଙ୍କ ସହ କାର୍ରେ ଥିବା ଗୋବିନ୍ଦ ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରା ଯାଇଥିଲା।
ବୋମାମାଡ଼ ଇଲାକାରେ ପୁଣି ଆତଙ୍କରାଜ୍:୬ ଗିରଫ, ୩ ବାଇକ୍ ଜବତ
ମେଡିକାଲ ବେଡ୍ରୁ ଆସି ସହଯୋଗୀଙ୍କୁ ଧରି ଶକ୍ତି ପ୍ରଦର୍ଶନ
/sambad/media/post_attachments/wp-content/uploads/2018/07/police-cartoon-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)