କୃଷି ତାଲିମ ଶିବିରକୁ ଯୋଗ ଦେବାକୁ ଆସୁଥିବା ବେଳେ ବସ୍ ଦୁର୍ଘଟଣା: ୩୦ ରୁ ଉର୍ଦ୍ଧ୍ବ ଆହତ

ଭଞ୍ଜନଗର: ଆଜି ସକାଳେ ଗଞ୍ଜମ ଜିଲ୍ଲା ସୋରଡ଼ାରୁ ଭଞ୍ଜନଗରକୁ ଆସୁଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁଲାଙ୍ଗି-କାଲିଆଗୁଡ଼ା ମଝିରେ ଏକ ବୁଲଣି ନିକଟରେ ଏକ ସ୍କୁଟିକୁ ରକ୍ଷା କରିବାକୁ ଯାଇ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ପ୍ରାୟ ୩୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ,ବଡଗଡ ନିକଟ ଗୌଡ଼ ଗୋଠ ଅଞ୍ଚଳର ୪୫ ଜଣ ପୁରୁଷ ମହିଳା କୃଷକ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ସ୍ୱତନ୍ତ୍ର କୃଷିତାଲିମ୍ ସକାଶେ ଆସୁଥିଲେ। ସେଥି ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ୧୮ ଜଣଙ୍କୁ ଭଞ୍ଜନଗର ଚିକିତ୍ସାଳୟକୁ ଓ ୧୨ ଜଣଙ୍କୁ ସୋରଡ଼ା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଏଥିରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହାନ୍ତି।

ସମ୍ବନ୍ଧିତ ଖବର