ଭୁଶୁଡ଼ିଲା ରାଞ୍ଚି-ବିଜୟଓ୍ଵାଡା ଜାତୀୟ ରାଜପଥର କଲଭର୍ଟ

ଭଞ୍ଜନଗର: ରାଞ୍ଚି-ବିଜୟଓ୍ଵାଡା ଜାତୀୟ ରାଜପଥର ନିଧିଆପାଲି ନିକଟରେ ଥିବା କଲଭର୍ଟର ଗୋଟିଏ ପାର୍ଶ୍ୱ ଗୁରୁବାର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାରୁ ଭଞ୍ଜନଗରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏହି କଲଭର୍ଟଟି ଅପରାହ୍ନ ୩ଟାରେ ଭୁଶୁଡ଼ି ଥିଲା। ଖୁସିର କଥା ଯେ, ସେହି ସମୟରେ କଲଭର୍ଟ ନିକଟ ଦେଇ ଯାନବାହାନ ଯାତାୟତ କରୁ ନଥିବାରୁ କୌଣସି ଦୁର୍ଘଟଣା ଘଟି ନଥିଲା। ପ୍ରାୟ ୧୦ ମିଟର କଲଭର୍ଟ ୨ ବର୍ଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କୋଟି କୋଟି ଟଙ୍କାରେ ନିର୍ମିତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାମରେ ଅବହେଳା କରାଯାଉଥିବାରୁ ନିଧିଆପାଲି ନିକଟରେ ଥିବା କଲଭର୍ଟ ଭୁଶୁଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଲୋଚନା କରୁଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳକୁ ପୋଲିସ କିମ୍ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର କୌଣସି ଅଧିକାରୀ କିମ୍ବା କର୍ମଚାରୀ ପହଞ୍ଚି ନଥିଲେ। ସେହିଭଳି ବର୍ତମାନ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହାୟତରେ ଯାନବାହାନ ଚାଳକଙ୍କୁ ସୁରକ୍ଷିତ ଯାତ୍ରା ପାଇଁ ସହଯୋଗ କରାଯାଉଛି। କଲଭର୍ଟ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର