ବ୍ରହ୍ମପୁର : ବ୍ରହ୍ମପୁର ଗୁଡ୍ସ୍ସେଡ୍ ରୋଡ୍ ବିଦେଶୀ ମଦ ଦୋକାନ ମାଲିକ କବି ସାହୁଙ୍କୁ ଦାଦାବଟି ମାଗିବା ଓ ବଟି ନ ଦେବାରୁ ତାଙ୍କ ଦୋକାନ ଉପରେ ବୋମାମାଡ଼ ଘଟଣାରେ ପୁଲିସ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନାଁ ବି ଯୋଡ଼ିଛି। ଏହି ମାମଲାରେ ରମେଶଙ୍କ ସମେତ ମୁନା, ରାଧା, ଚିକେନ ରବି ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶାନ୍ତ ବିଷୋୟୀ, ଶିବା ବିଷୋୟୀ ବି ସଂପୃକ୍ତ ବୋଲି ଦର୍ଶାଇଛି ପୁଲିସ। ଏଥିଲାଗି ଆଜି ରମେଶଙ୍କୁ ଛତ୍ରପୁର ଜେଲରୁ ଅଣା ଯାଇଥିବା ବେଳେ ଅନ୍ୟ ୪ଜଣଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଅଣାଯାଇ ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିବା ସହ ସେମାନଙ୍କୁ ଏହି ମାମଲାର ରିମାଣ୍ଡ ଦିଆ ଯାଇଛି। କବିଙ୍କଠାରୁ ବଟି ଆଦାୟ ପାଇଁ ଜେଲ୍ ଭିତରୁ ହିଁ ନିର୍ଦେଶ ଯାଇଥିଲା ଓ ସେ ନ ଦେବାରୁ ବାହାରେ ଥିବା ଅପରାଧୀ ଗୋଷ୍ଠୀର ଦୁଇ ସହଯୋଗୀ ଲୋଚାପଡ଼ାର ମୁନା ସାହୁ(୨୭) ଓ ପାଣିଗ୍ରାହୀ ପେଣ୍ଠର ରାଧାକୃଷ୍ଣ ସାହୁ(୨୨)ଙ୍କ ସହ ଅନ୍ୟ ଜଣେ ଯୁବକ ଗତ ଅଗଷ୍ଟ ୪ ତାରିଖରେ ଦୋକାନ ଉପରେ ବୋମାମାଡ଼ କରିଥିଲେ। ତେବେ ଏହାର କିଛି ଘଣ୍ଟା ପରେ ମୁନା ଓ ରାଧାଙ୍କୁ ପୁଲିସ ଏନ୍କାଉଣ୍ଟର୍ କରି ଧରିଥିଲା। ପଚରାଉଚରା ବେଳେ ସେମାନଙ୍କଠାରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଥିଲା ପୁଲିସ। ଜିଲ୍ଲାରେ ଅପରାଧ ପାଇଁ ଜେଲ ଭିତରେ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନାଁରେ ଆଉ ଏକ ମାମଲା
ବଟି ନ ଦେବାରୁ ମଦ ଦୋକାନ ଉପରକୁ ବୋମାମାଡ଼ ଘଟଣା
/sambad/media/post_attachments/wp-content/uploads/2017/12/ramesh-jena-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)