ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ହାଇକୋର୍ଟରେ ଆବେଦନ

କଟକ: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ରିମାଣ୍ଡରେ ନେବା ପାଇଁ ଛତ୍ରପୁର ପୁଲିସ ଗୁରୁବାର ହାଇକୋର୍ଟରେ ଅବେଦନ କରିଛି।

ସୂଚନାଯୋଗ୍ୟ ହତ୍ୟାକାଣ୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଥିବା କୁହାଯାଉଥିଲା। ଏଥିପାଇଁ ଗୋଲକଙ୍କୁ କୋର୍ଟ ମଧ୍ୟ ଯିବାକୁ ପଡ଼ିଥିଲା।
ଏହି ଘଟଣାରେ ଦଳ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି ବିଜେପିର ମୁଖପାତ୍ର ସଜ୍ଜନ ଶର୍ମା ପ୍ରତିକ୍ରିୟା ଦେଇଥିବା ବେଳେ ବିଜେଡି ମୁଖପାତ୍ର ସୂର୍ଯ୍ୟ ପାତ୍ର କହିଥିଲେ। ପୂର୍ବରୁ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ପୁଲିସ ନେଇଥିଲା।

ସୂଚନାଯୋଗ୍ୟ, ବିଜେଡି ଯୁବ ନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଦୁର୍ବୃତ୍ତମାନେ ସଙ୍ଘବଦ୍ଧ ହୋଇ ଗତ ସେପ୍ଟେମ୍ବର ୧୬ରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଲକ୍ଷ୍ମୀଦତ୍ତ ପ୍ରଧାନ ନିଜ ଘରେ ଥିବା ବେଳେ, ଅପରାହ୍ନ ଗୋଟାଏରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ପହଞ୍ଚିଥିଲେ। ଲକ୍ଷ୍ମୀଧର କିଛି କହିବା ପୂର୍ବରୁ ସେମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ବାଇକରେ ଆସିଥିଲେ। ଘରଠାରୁ ଅଳ୍ପ ଦୂରରେ ବାଇକ ରଖି କାଉନସିଲରଙ୍କ ଘରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର