ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି: ଗଞ୍ଜାମ ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍.ମୁରଲୀଧର ଆଜି ବ୍ରହ୍ମପୁର ଗସ୍ତରେ ଆସି ଓକିଲଙ୍କ ପାଇଁ ଆୟୋଜିତ ଇ-ସର୍ଭିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣରେ ହାଇକୋର୍ଟର ବିଚାରପତି ଡ. ବି.ଆର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଶଶିକାନ୍ତ ମିଶ୍ର, ଗଞ୍ଜାମ ଓକିଲ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା ଉପସ୍ଥିତ ଥିଲେ। ଇ-ଫାଇଲିଂ, ଇ-ଚାଲାନ୍, ଜରିମାନାର ଇ-ପେମେଣ୍ଟ୍, ହାଇକୋର୍ଟର ମୋବାଇଲ ଆପ୍ ବ୍ୟବହାର ନେଇ ଏଠାରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଓକିଲ ସଂଘର ପ୍ରତିନିଧି ଯୋଗ ଦେଇଥିଲେ। ଏହା ପରେ ମୁଖ୍ୟ ବିଚାରପତି ଜିଲ୍ଲା କୋର୍ଟ ପରିଦର୍ଶନ କରିଥିଲେ।
ପରେ ଗଞ୍ଜାମ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଯୋଗ ଦେଇଥିଲେ। ତାଙ୍କୁ ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟ ବିଚାରପତି ତାଙ୍କର ବକ୍ତବ୍ୟରେ ବିଭିନ୍ନ ଦିଗରେ ଉପରେ ଆଲୋକପାତ କରିଥିଲେ। ବୈଠକରେ ହାଇକୋର୍ଟ ବିଚାରପତି ଶ୍ରୀ ଷଡ଼ଙ୍ଗୀ, ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲ୍ ସି.ଆର୍ ଦାଶ, ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଶ୍ରୀ ମିଶ୍ର, ଗଞ୍ଜାମ ଓକିଲ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ସମ୍ପାଦକ ଶ୍ରୀ ବେହେରା, ଉପସଭାପତି ବି. ଭାଗୀରଥି ରାଓ, ଯୁଗ୍ମ ସମ୍ପାଦକ ସୁଧୀର ପାତ୍ର ମଞ୍ଚାସୀନ ଥିଲେ। ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଆମର ଯାହା ସମସ୍ୟା ରହିଛି ଆମେ ପ୍ରୋଟୋକଲ୍ ଜଜଙ୍କ ଜରିଆରେ ମୁଖ୍ୟ ବିଚାରପତିଙ୍କ ଠାରୁ ସମୟ ନେଇ ତାଙ୍କ ସହିତ ଆଲୋଚନା କରିବୁ ବୋଲି ସମ୍ପାଦକ ଶ୍ରୀ ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ସୁଧାଂଶୁ ଶେଖର ପଣ୍ଡା, ବସନ୍ତ ପଣ୍ଡା, ଜ୍ୟୋତି ଛୋଟରାୟ, କପିଳେଶ୍ବର ପଟ୍ଟନାୟକ, ମୋହନ ସିଙ୍ଗାରୀ, ଦୀପକ ପଟ୍ଟନାୟକ, ନିର୍ମଳ ସାହୁ, ମନୋଜ ପଟ୍ଟନାୟକ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, କୁନାଲ ସାହୁ, କରୁଣାକର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର