ଚିଟ୍‌ଫଣ୍ଡ ଏମ୍‌ଡି ସନ୍ତୋଷ ତିଆଡିଙ୍କୁ ୫ ବର୍ଷ ଜେଲ ଓ ୧୧ ଲକ୍ଷ ୫୦ ହଜାର ଜରିମାନା

ବ୍ରହ୍ମପୁର: ଚିଟ୍‌ଫଣ୍ଡ ଏମ୍‌ଡି ସନ୍ତୋଷ ତିଆଡିଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୧୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ବ୍ରହ୍ମପୁରସ୍ଥିତ ଓପିଆଇଡି କୋର୍ଟ ଗୁରୁବାର କହିଛନ୍ତି, ଚିଟଫଣ୍ଡ ସଂସ୍ଥା ଏସ୍‌ଏସ୍‌ ଡିପୋଜିଟର୍ସ ଗ୍ରାହକଙ୍କୁ ବଡ଼ ଲୋକ ହେବା ଲୋଭ ଦେଖାଇଛି। କୋର୍ଟ ୬ ଜଣ ଅଭିଯୁକ୍ତଙ୍କ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ବେଳେ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଚିଟଫଣ୍ଡ ସଂସ୍ଥା ଏସ୍‌ଏସ୍‌ ଡିପୋଜିଟର୍ସ ପ୍ରାୟ ୫୦ ଲକ୍ଷ ଟଙ୍କା ଲୋକଙ୍କ ଠାରୁ ଠକେଇ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର