ଭଂଜନଗର : ସାରା ରାଜ୍ୟରେ ଏତେ ହଇଚଇ ସତ୍ତ୍ୱେ ଗଂଜାମ ଜିଲ୍ଲାରେ ଜାରି ରହିଛି ଚିଟ୍ଫଣ୍ଡ କେଲେଙ୍କାରୀ। ଏହିଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି। କୋଲକାତାର େଓ୍ଵର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଓ୍ଵଲ୍) ନାମକ ଏକ ଚିଟ୍ଫଣ୍ଡ କଂପାନି ଜିଲ୍ଲାର ଶତାଧିକ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ କବିସୂର୍ଯ୍ୟନଗର ଥାନା ଅଧୀନ ଗୁଡ଼ିଆପଲ୍ଲୀ ଅଞ୍ଚଳର ଶତାଧିକ ଗ୍ରାମବାସୀ ଥାନା ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଦର୍ଶାଇଛନ୍ତି, ଓ୍ଵର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବ୍ରହ୍ମପୁର, ପୋଲସରା, କବିସୂର୍ଯ୍ୟନଗରରେ ଶାଖା କାର୍ଯ୍ୟାଳୟ ଖୋଲି କର୍ମଚାରୀ ନିଯୁକ୍ତି ଦେଇଥିଲା। ଜିଲ୍ଲାର ଗ୍ରାମାଞ୍ଚଳରେ ଏଜେଣ୍ଟ ନିଯୁକ୍ତି ଦେବା ସହ ବିଭିନ୍ନ ଲୋଭନୀୟ ସ୍କିମ୍ ଓ ଅଫର୍ ଘୋଷଣା କରିଥିଲା। ତିନି ବର୍ଷରେ ତିନି ଗୁଣ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେଇ କବିସୂର୍ଯ୍ୟନଗର, ପୋଲସରା, କୋଦଳା, ବୁଗୁଡ଼ା ଅଞ୍ଚଳରୁ ଶହ ଶହ ଜମାକାରୀଙ୍କ ଠାରୁ ଟଙ୍କା ନେଇଥିଲା। ଏହା ପରେ କଂପାନି ଉଭାନ ହୋଇଯାଇଥିଲା। ଗତ କିଛି ମାସ ହେଲା କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଆଉ ସେମାନେ ଏଜେଣ୍ଟ୍ ମାନଙ୍କ ସହ ଯୋଗାଯୋଗ ମଧ୍ୟ କରି ପାରି ନଥିଲେ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଗଞ୍ଜାମରେ କୋଲକାତା ଚିଟ୍ଫଣ୍ଡ୍ କମ୍ପାନିର ଠକେଇ
ଶତାଧିକ ଜମାକାରୀ ଥାନାରେ, ଏତଲା ଦାଏର
/sambad/media/post_attachments/wp-content/uploads/2018/02/CHIT-FUND-THAKEI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)