ଆସିକା ପୁଲିସର ବଡ଼ ସଫଳତା : କୁଖ୍ୟାତ ଅପରାଧୀ ଗୋଷ୍ଠୀ ଗିରଫ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ  

ଆସିକା : ଆସିକା ପୁଲିସ ପକ୍ଷରୁ ଏକ ସଫଳ ଅପରେସନ କରି ଏକ ବଡ଼ ଅପରାଧୀ ଗୋଷ୍ଠୀକୁ ଗିରଫ କରାଯାଇଛି । ଏହି ଅପରାଧୀମାନେ ନୂଆ ବର୍ଷ ପୂର୍ବରୁ ବଡ଼ ଅଘଟଣର ଯୋଜନାରେ ଥିଲେ । ମଦ ଓ ସୁନା ବ୍ୟବସାୟୀ ସେମାନଙ୍କ ଟାର୍ଗେଟରେ ଥିଲେ ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ  ବିପୁଳ ପରିମାଣରେ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି ।

ନବବର୍ଷ ପୂର୍ବରୁ ଆସିକା ଓ ଏହାର ପାଖ ଅଞ୍ଚଳ ଆସିକା ପୋଲିସ ଉପଖଣ୍ଡର କିଛି ଥାନା ଇଲାକାରେ ବହୁ ହାର୍ଡକୋର ଅପରାଧୀ  ଏକାଠି ହୋଇ ଅଘଟଣ ଘଟାଇବା ଯୋଜନାରେ ମାରଣାସ୍ତ୍ର ଯୋଗାଡ଼ରେ ଲାଗିଛନ୍ତି ଏବଂ ବିହାରର ମୁଙ୍ଗେରରୁ ଆସୁଛି ମାଉଜର । ଏହାପରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗତ ୧୫ଦିନ ପୂର୍ବେ ଆରମ୍ଭ ହୋଇଥିବା ମିଶନରେ ପୋଲିସ ବିପୁଳ ସଫଳତା ପାଇଛି। ଏକା ଥରକେ ୧୦ ମାଉଜର ୫୩ ଗୁଳି, ୧୨ ଜୀବନ୍ତ ବୋମା, ୨ଖଣ୍ଡା, ୨ ଭୁଜାଲି, ପର୍ଶୁରାମ କାତି ଓ ଅନ୍ୟ ମାରଣାସ୍ତ୍ର। ଗିରଫ ହୋଇଛନ୍ତି ଧରକୋଟ,ଗଙ୍ଗାପୁର , ବଡ଼ଗଡ଼ ଥାନା ଇଲାକାର ୮ ମୋଷ୍ଟ ୱାଣ୍ଟେଡ଼ । ଏଭଳି ସ୍ଥିତିରେ ଆଜି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ପ୍ରୋବେଶନ ଆଇପିଏସ ଜି ରାଘବେନ୍ଦ୍ର ରେଡ୍ଡୀ, ଆସିକା ଏସଡିପି ଓ ସୂର୍ଯ୍ୟମଣି ପ୍ରଧାନ  ଘଟଣାର ପର୍ଦାଫାସ କରିଛି ।

ପୋଲିସ ବଡଗଡ଼ ଥାନା ଇଲାକାର ଗଙ୍ଗାପୁରର  ଶଙ୍କର ବିଷୋୟୀ, ବିନୟ ସାହୁ ଗଙ୍ଗାପୁର ଥାନା ଇଲାକାର କଳାସୂତାର  ମାଧବ ଗୌଡ଼, ପଣିବନ୍ଧ ରଟୁକୁନା ସ୍ୱାଇଁ(୪୦),  ବାଡୁଳାର ଦିଲ୍ଲୀପ ଗୌଡ଼, ଧରାକୋଟ ଥାନା ଇଲାକାର  ବାହାଡ଼ାଗୁଡାର ମିଳୁ ଓରଫ ମୁରଲୀଧର ବିଷୋୟୀ,  ଜାହାଡ଼ାର ମୋଗଲି ଓରଫ ଭଗବାନ ସ୍ୱାଇଁ, ହର୍ଲିକ୍ସ ଓରଫ ବିଶ୍ୱଜିତ ନାୟକ। ସେମାନଙ୍କ ବିରୋଧରେ ଆସିକା ଥାନା ରେ  ୪ଟି ଧରାକୋଟ ଥାନା ରେ୨ଟି ହିଂଜିଲି ଥାନା ରେ ଗୋଟିଏ ଏବଂ ଗାଙ୍ଗପୁର ଥାନା ରେ ୨ଟି ମାମଲା ହତ୍ୟା ଧମକ ଦେଇ ବଟି ଆଦାୟ, ଡକାୟତି ଉଦ୍ୟମ, ବେଆଇନ ମାରଣାସ୍ତ୍ର ରଖିବା ଆଦି ମାମଲାରେ ଆଜି ପୋଲିସ କୋର୍ଟ ଚାଲାଣ କରିଛି। ପୂର୍ବରୁ ଗିରଫ ଅଭିଯୁକ୍ତଙ୍କ ବିରୋଧରେ  ମାଳ ମାଳ  ହତ୍ୟା ଉଦ୍ୟମ ଡକାୟତି ଆଦି ମାମଲା ଆସିକା ଉପଖଣ୍ଡ ର ବିଭିନ୍ନ ଥାନା ରେ ରହିଛି ।

ସମ୍ବନ୍ଧିତ ଖବର