ଦୁର୍ଦ୍ଦାନ୍ତ ଡକାୟତ ରାମକୁ ଏନ୍‌କାଉଣ୍ଟର୍‌

ଖଲ୍ଲିକୋଟ/ବ୍ରହ୍ମପୁର : ଡକାୟତଙ୍କୁ ଧରିବାକୁ ଯାଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପେଣ୍ଡ୍ରାପଲ୍ଲୀ ନିକଟରେ ପୁଲିସ କରିଛି ଏନ୍‌କାଉଣ୍ଟର୍‌। ଗଞ୍ଜାମ ପୁଲିସର ୩୪ନମ୍ବର ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି ଅନ୍ତଃ ଜିଲ୍ଲା ଦୁର୍ଦ୍ଦାନ୍ତ ଡକାୟତ ବାବୁ ଓରଫ୍‌ ରାମଚନ୍ଦ୍ର ସାହୁ(୨୫)। ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ମୂଳବାସିନ୍ଦା ରାମର ଉଭୟ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ରାମର ସହଯୋଗୀ ରିଙ୍କୁ ପଟ୍ଟନାୟକ ଫେରାର୍‌ ହୋଇଯାଇଛି। ପୁଲିସ ଘଟଣାସ୍ଥଳରୁ ଏକ ପିସ୍ତଲ, ୩ ରାଉଣ୍ଡ ଗୁଳି ଓ ବାଇକ୍‌(ଓଡି୦୫ଏମ୍‌ ୯୨୯୫) ଜବତ କରିଛି। ଉଭୟେ ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ମୀନାକ୍ଷୀନଗରରେ ରହୁଥିବା ବରିଷ୍ଠ ଆଇନଜୀବୀ ଶିଶିର ପାଢ଼ୀଙ୍କ ଘରୁ ଡକାୟତି ଘଟଣାରେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର