ବଢୁଛି ଋଷିକୂଲ୍ୟା ଜଳସ୍ତର: ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ଗଞ୍ଜାମ: ଜିଲ୍ଲାର ପୁରୁଷୋତ୍ତମପୁରରେ ସତର୍କ ସଂକେତ ଡେଇଁଲା ଋଷିକୂଲ୍ୟା ନଦୀ । ନଦୀର ସର୍ତକ ସଂକେତ ୧୫ ଦଶମିକ ୮୩ ଥିବା ବେଳେ ବର୍ତମାନ ରହିଛି ୧୬ ଦଶମିକ ୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ଖୁବଶୀଘ୍ର  ଋଷିକୂଲ୍ୟା ନଦୀ ବିପଦ ସଂକେତ ଡେଇଁପାରେ ବୋଲି ଅନୁମାନ କରାଯାଉଛି। ଏନେଇ ନଦୀକୂଳିଆ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଗତକାଲି ରାତି ଗୋଟାଏରେ ଋଷିକୂଲ୍ୟା ନଦୀ ସର୍ତକ ସଂକେତ ଡେଇଁ ସାରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର