ମା ରତନେଇ ପାହାଡ଼ରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଏସ ଗୋପାଳପୁର ଗାଁ ନିକଟସ୍ଥ ମା ରତନେଇ ପାହାଡ଼ରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାଵ ହୋଇଛି। ମୃତଦେହଟି ସଂପୂର୍ଣ୍ଣ ପୋଡ଼ି ହୋଇଯାଇଛି। ମୃତ ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କ ଗୋଡ଼ରେ ହଳେ ପାଉଁଜି ଓ ପାଖରେ ଗୋଟିଏ ବ୍ୟାଗ୍‌ ସହ ଲୁଗା ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଲୋକେ ତା’ପରେ ପାଟପୁର ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର