ପାତ୍ରପୁର : ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପାତ୍ରପୁର ବ୍ଲକ ଦୁର୍ଗମ ଆଦିବାସୀ ଇଲାକାରେ ମୃତ୍ୟୁ ଘଟିଥିବା ଲୋକଙ୍କୁ ଆତ୍ମୀୟ ଓ ଗାଁ ଲୋକ ଅନ୍ୟ ଉପାୟ ନପାଇ ପୋତି ଦେଇଥିଲେ। ପରେ ମୃତ୍ୟୁ ଘଟିଥିବା ଆଦିବାସୀଙ୍କୁ କ୍ଷତିପୂରଣ ଦେବାକୁ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଦାବି ହୋଇଥିଲା। ତେବେ ପ୍ରଶାସନ ଏନେଇ ପ୍ରମାଣ ସ୍ବରୂପ ଶବଗୁଡ଼ିକୁ ପାଇନଥିବାରୁ ଆଦିବାସୀଙ୍କ ମୃତ୍ୟୁକୁ ସ୍ବୀକାର କରିନଥିଲା। ବର୍ତ୍ତମାନ ଚାପରେ ପଡ଼ି ତଦନ୍ତ ଆରମ୍ଭ କରିଛି। ଯେଉଁ ଇଲାକାରେ ମୃତ୍ୟୁ ଘଟିଥିବା ଖବର ମିଳିଛି ସେଠାରେ ସନ୍ଧାନୀ କୁକୁର ଓ ଫରେନ୍ସିକ୍ ଟିମ୍ ନେଇ ଖୋଳତାଡ଼ ଆରମ୍ଭ କରିଛି। ଆଜି ଏହି କ୍ରମରେ ବୁରତାଲ ଅବାଣ୍ତିଆ ଗ୍ରାମରୁ ପୋତାଯାଇଥିବା ଜଣେ ଆଦିବାସୀଙ୍କ ମୃତଦେହକୁ ବାହାର କରିଛି। ମୃତଦେହକୁ ପୁଣି ଦେଖୃ ଗାଁରେ ଶୋକର ଛାୟା ଖେଳିଯାଇଛି।
ଆଜି ବୁରତାଲ ପଞ୍ଚାୟତର ଅବାଣ୍ତିଆ, ତାଡ଼ିଙ୍ଗି ଓ କୁରୁଗୁଡ଼କୁ ତିନିଟି ଡାକ୍ତରୀ ଟିମ୍ ଯାଇଥିଲେ। ଅବାଣ୍ତିଆ ଗାଁ ନିକଟରେ ପୋତାଯାଇଥିବା ଶବକୁ ସନ୍ଧାନୀ କୁକୁର ସାହାଯ୍ୟରେ ଠାବ କରି ଖୋଳି ବାହାର କରିଥିଲେ। ମୃତ ଦେହଟି ସେହି ଗାଁର ନବୀନ କାର୍ଯୀ(୩୨)ଙ୍କର ବୋଲି ଚିହ୍ନଟ କରାଯାଇଛି। ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଁ ଲୋକ ପ୍ରବଳ ବର୍ଷାରେ ଆଉ କିଛି ଉପାୟ ନପାଇ ପରିବାର ସଦସ୍ୟଙ୍କ ସହମତିରେ ପୋତି ଦେଇଥିଲେ। ଶବ ବାହାର କରିବାପରେ ଏହାକୁ ଦେଖୃ ନବୀନଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଶୋକର ଛାଇ ଖେଳିଯାଇଥିଲା। ପରିବାର ସଦସ୍ୟ କୋହରେ କାନ୍ଦି ଉଠିଥିଲେ।
ଘଟଣଶ ସମ୍ପର୍କରେ ପାତ୍ରପୁର ସ୍ବାସ୍ଥ୍ୟ ବିଭାଗୀୟ ଅଧୃକାରୀ ସମ୍ବିତ ବେଗରାୟ କହିଛନ୍ତି, ମୃତ ଦେହ ବାହାର କରି ତଦନ୍ତ କରାଯାଉଛି। ତଦନ୍ତ ପରେ ନିୟମାନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ତାଡ଼ିଙ୍ଗି ଓ କୁରୁଗୁଡ଼ ଦୁଇଟି ଦାକ୍ତରୀ ଦଳ ଯାଇଛନ୍ତି। ସେମାନେ ଆସନ୍ତାକାଲି ଫେରିବେ, ଫେରିବା ପରେ ସେଠାର ଖବର ଜଣାପଡ଼ିବ ବୋଲି କହିଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ପାହାଡ଼ ଉପରେ ଥିବା ଆଦିବାସୀ ଗାଁଗୁଡ଼ିକରେ ବାତ୍ୟା କିମ୍ବା ପରବର୍ତ୍ତୀ ବର୍ଷା ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ବାତ୍ୟାରେ ଘର ଭାଙ୍ଗିବା ଓ ପ୍ରବଳ ବର୍ଷାରେ ପାହାଡ଼ରୁ ଅତଡ଼ା ଖସିବା ବେଳେ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇପାରିଲେ ନାହିଁ।
ତିତିଲି ବାତ୍ୟାରେ ମୃତ ଆଦିବାସୀଙ୍କୁ ପୋତିଥିଲେ:ମାଟି ତଳୁ ଶବ କାଢ଼ି ପ୍ରଶାସନର ତଦନ୍ତ
/sambad/media/post_attachments/wp-content/uploads/2018/10/ganjam.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)