ଧରାକୋଟ: ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ସିଙ୍ଗିପୁର ପ୍ରାଣୀଧନ ସହାୟକ କେନ୍ଦ୍ର ଅଞ୍ଚଳର ଲୋକମାନଙ୍କ ଗୃହ ପାଳିତ ପଶୁପକ୍ଷୀଙ୍କୁ ସେବା ଯୋଗାଇ ଦେବାରେ ବିଫଳ ହୋଇଛି। ଧରାକୋଟ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଏହା ରହିଥିଲେ ମଧ୍ୟ କର୍ମଚାରୀ ମରୁଡି ଯୋଗୁଁ ଏହା ଲୋକ ମାନଙ୍କର କାମରେ ଆସୁନି।
ସିଙ୍ଗିପୁର ପଞ୍ଚାୟତରେ ଅବସ୍ଥିତ ଏହି ସହାୟକ କେନ୍ଦ୍ର ପାଇଁ ଜଣେ ଏଲ ଆଇ, ଜଣେ ଆଟେନଡ଼ାଣ୍ଟ ପଦବି ମଞ୍ଜୁରୀ ପାଇଥିଲେ ମଧ୍ୟ ଏହି ଦୁଇଟି ପଦବି ଖାଲି ପଡିଥିବାରୁ ଲୋକେ ନିଜ ନିଜର ଗୃହ ପାଳିତ ପଶୁପକ୍ଷୀଙ୍କୁ ସେବା ଯୋଗାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସହାୟକ କେନ୍ଦ୍ର ପାଇଁ ନୂତନ ଭାବରେ କୋଠା ନିର୍ମାଣ ହୋଇସାରିଥିଲେ ମଧ୍ୟ ଏହା ବିଭାଗୀୟ ଅଧିକାରୀଙ୍କୁ ଏ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନାହିଁ। ଏଣୁ ନୂତନ ଭାବରେ ନିର୍ମିତ କୋଠା ଚାରିପଟେ ଲତା ବୁଦା ମାଡିଯାଇ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି। ଯାହାର ଫଳ ସ୍ୱରୂପ ଏଠାରେ ଅନୈତିକ କାର୍ଯ୍ୟ କଳାପ ଅନାୟସରେ ଚାଲିଛି।
ନିର୍ମାଣ କାର୍ଯ୍ୟ ସରିଥିଲେ ସୁଦ୍ଧା ଏହାକୁ କାହିଁକି ହସ୍ତାନ୍ତର କରାଯାଇନାହିଁ ତାହା ତର୍ଜମାର ବିଷୟ ହୋଇଛି। ଏଣୁ ପଶୁ ଭଳି ରହିଛି ଏହି ପ୍ରାଣୀଧନ ସହାୟକ କେନ୍ଦ୍ର। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି।
ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/21/dharakote-2025-09-21-19-09-28.jpg)