ପାଟପୁର: ସାନଖେମୁଣ୍ଡି ବ୍ଲକ୍ର ଖଲିଙ୍ଗି ଓ ରାଧାଦେଇପୁରର ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଛି। ଖଲିଙ୍ଗିଠାରେ ଧାନ ମଣ୍ଡିକୁ ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିଥିଲେ। ଆସିକା ସମବାୟ କେନ୍ଦ୍ର ଲି. ପାଟପୁର ଶାଖାର ସୁପର୍ଭାଇଜର୍ ନିରଞ୍ଜନ ପୃଷ୍ଟି ଓ ସରପଞ୍ଚ ପ୍ରତିନିଧି ସଂଜୟ ରାଉତ ଉପସ୍ଥିତ ଥିଲେ। ସମିତି ସମ୍ପାଦକ ଶିବରାମ ସାହୁ କାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ରାଧାଦେଇପୁରରେ ଧାନ ମଣ୍ଡିକୁ ସମିତି ସଭାପତି ନିଳାଞ୍ଚଳ ପଣ୍ଡା ଉଦ୍ଘାଟନ କରିଥିଲେ। ସମ୍ପାଦକ ବିନୋଦ ବିହାରୀ ମହାଙ୍କୁଡ କାର୍ଯ୍ୟ ପରିଚାଳନା କରିଥିଲେ। ପାଟପୁର ଶାଖା ସମ୍ପାଦକ ଅଚ୍ୟୁତାନନ୍ଦ ଦାଶ, ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।
ପୋଲସରା: ପୋଲସରା ବ୍ଲକ୍ ଅନ୍ତର୍ଗତ ମଧୁପଲ୍ଲୀ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହାକୁ ଉଦ୍ଘାଟନ କରିଛନ୍ତି। ଚାଷୀଙ୍କ ଠାରୁ ୮୬ ହଜାର କ୍ୱିଣ୍ଟାଲ୍ ଧାନ କିଣିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୧୬ଟି ସେବା ସମିତିରେ ୪୨୩୫ ଚାଷୀ ନାମ ପଂଜୀକରଣ କରିଛନ୍ତି। କାର୍ଯ୍ୟକ୍ରମରେ ବିଡ଼ିଓ ନଟବର ଗରଡ଼ା, ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ସହକାରୀଯନ୍ତ୍ରୀ ଶିବରରାମ ବେହେରା, ରତ୍ନାକର ସାହୁ, ସମିତି ସଭ ଜୟସେନ ପରିଡା, ସେବା ସମବାୟ ସମିତି ସମ୍ପାଦକ ଧୋବା ଡାକୁଆ, ମଧୁପଲ୍ଲୀ ସମବାୟ ସମିତି ସଭାପତି ବସନ୍ତ କରଣ ପ୍ରମୁଖ ଉପସ୍ଥିତ ଥିଲେ। ସେବା ସମିତିର ନୂତନ କୋଠା ନିର୍ମାଣ ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଚାଷୀ ଜଗଦାନନ୍ଦ ପଣ୍ଡାଙ୍କ ଠାରୁ ଧାନକ୍ରୟର ଶୁଭାରମ୍ଭ କରାଯାଇଥିଲା।
ହିଂଜିଳିକାଟୁ: ହିଂଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ ବ୍ଲକର ଦୁର୍ବନ୍ଧ, କଞ୍ଚୁରୁ, ସମରଝୋଳ, ବଡ଼ଖଣ୍ଡି, ମକରଝୋଳ ଠାରେ ଧାନ କ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଦୁର୍ବନ୍ଧ ସେବା ସମବାୟ ସମିତିର ସଭାପତି ରାମହରି ଶର୍ମା ସଂଯୋଜନା କରିଥିବା ବେଳେ କଞ୍ଚୁରୀ ସେବା ସମବାୟ ସମିତି ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା କଞ୍ଚୁରୁରେ ସଂଯୋଜନା କରିଥିଲେ। ସମସ୍ତ ନିର୍ଦ୍ଦେଶକ, କଞ୍ଚୁରୁ ସରପଞ୍ଚ ପି.ବାସନ୍ତୀ, ବିଡିଓ ଦେବବ୍ରତ ସାହୁ, ନିୟନ୍ତ୍ରିତ ବଜାର କମିଟି ସଂପାଦକ ରେବତୀ ମୋହନ ରାଉତ, ଯୋଗାଣ ନିରୀକ୍ଷକ ଶରତ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିସିସି ବ୍ୟାଙ୍କ୍ ନିର୍ଦ୍ଦେଶକ ବି.ତ୍ରିନାଥ, ଦୁର୍ବନ୍ଧ ସଂପାଦକ ଶମ୍ଭୁଶଙ୍କର ସାହୁ, କଞ୍ଚୁରୁ ସଂପାଦକ ଦେବରାଜ ମହାନ୍ତି, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବୁଗୁଡ଼ା: ବୁଗୁଡ଼ା ବ୍ଲକ ଗୋଲିଆ ସେବା ସମବାୟ ସମିତି ପକ୍ଷରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ସୋସାଇଟି ସଭାପତି ମଦନ ଗୋପାଳ ଦୋରା, ସରପଞ୍ଚ ମନୋରମା ପ୍ରଧାନ, ସମିତିସଭ୍ୟା ସୁକୁଟି ପୋଲାଇ, ଯୋଗାଣ ନିରୀକ୍ଷକ ଅନିତା ରାଉତରାୟ, ସଂପାଦକ ଶିବଶଙ୍କର ମହାପାତ୍ର, ସୁପରଭାଇଜର ସାରଙ୍ଗଧର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ସୋରଡ଼ା: ସୋରଡ଼ା ବ୍ଲକ ସୁରମଣି ଗ୍ରାମରେ ସରକାରୀ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଡିଓ ସୁଶୀଲ କୁମାର ପଟ୍ଟନାୟକ ସମ୍ମାନିତ ଅତିିଥି ଭାବେ ଯୋଗ ଦେଇଥିଲେ। ସୁଶାନ୍ତ କୁମାର ପରିଚାଳନା କରିଥିଲେ ଓ ବହୁ ଚାଷୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/rice-godown.jpg)