ପୋଲସରା: ଏକ ଡକାୟତି ମାମଲାର ବିଚାରଣା କରି କୋଦଳା ଦୌରାଜଜ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରକାଶ ଯେ, ୨୦୧୨ ମସିହାରେ କବିସୂର୍ଯ୍ୟନଗର ପୁଲିସ ପାଟ୍ରୋଲିଂ ବେଳେ ଏକ ସୁମୋ ଓ ବାଇକ୍କୁ ଅଟକାଇ ତଲାସି କରିଥିଲା। ସେଥିରୁ ମାରଣାସ୍ତ୍ର ମିଳିବା ପରେ ଭାସ୍କର ନାହକ, ସୁଶାନ୍ତ ସେଠୀ, ଏକ୍ଲାକ୍, ଧ୍ରୁବ ପାତ୍ର, ଦୀପକ ମେହେର, ଏନ୍. ଜଗନ୍ ରେଡ୍ଡି, ସଂଜୟ ଚୌଧୁରୀ, ସନ୍ତୋଷ ମହାପାତ୍ର, ପି. ନାଗେଶ୍ବର ରେଡ୍ଡିଙ୍କୁ ଅଟକ ରଖି ପୁଲିସ ପଚରାଉଚରା ପରେ ଗିରଫ କରିଥିଲା ଏବଂ ଆଇପିସି ଧାରା ୩୯୯/୪୦୨, ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧-ବି(୧)ରେ ଏକ ଡକାୟତି ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। କୋଦଳା ଅତିରିକ୍ତ ଦୌରାଜଜ୍ ଏହି ମାମଲାର ବିଚାର କରି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଥିଲେ। ଏହି ରାୟର ପୁନଃବିଚାର ପାଇଁ ଅଭିଯୁକ୍ତଙ୍କ ତରଫରୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଠାରେ ଅପିଲ୍ କରାଯାଇଥିଲା। ନିମ୍ନ ଅଦାଲତଙ୍କ ରାୟର ପୁନଃ ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ସାକ୍ଷୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ଦର୍ଶାଇ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଡକାୟତି ମାମଲାରେ ନିର୍ଦ୍ଦୋଷ
/sambad/media/post_attachments/wp-content/uploads/2019/06/Judgement_at_Nuremburg_1000x714.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)