ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମ କାଜୁ ଜଙ୍ଗଲରେ ଦେଖିବାକୁ ମିଳିିଛି ବର୍ବର ହତ୍ୟାକାଣ୍ଡ। ବୃଦ୍ଧ ଦମ୍ପତିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଯାବତ୍ ହତ୍ୟାର କାରଣ ଅସ୍ପଷ୍ଟ। ମୃତକ ହେଲେ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶିଶୁଳା ପ୍ରଧାନ। ସୂଚନା ମୁତାବକ ଏହି ଦମ୍ପତି କାଜୁ ଜଙ୍ଗଲରେ ଦୀର୍ଘବର୍ଷ ହେଲା କାଜୁ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ।
କିଛି ଦିନ ତଳେ ତାଙ୍କ ପୁଅବୋହୂ ଆସି ବାପାମାଙ୍କୁ ଦେଖା କରି ଯାଇଥିଲେ। ଆଜି ଦୁହିଁଙ୍କ ମୃତଦେହ କୁଡ଼ିଆ ଘର ନିକଟରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ କିଏ କେଉଁ କାରଣରୁ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।
ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ ଆସିକି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-52.jpg)