ମିଳିଲା ୩.୮୭କୋଟିର ଆୟ ବହିର୍ଭୂତ ସମ୍ପତ୍ତି, ଗିରଫ ହେଲେ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ବ୍ରହ୍ମପୁର ସର୍କଲ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କୁ ଗିରଫ କରିଛି। ଇଂ. ପାଢ଼ୀଙ୍କର ୩କୋଟି ୮୭ଲକ୍ଷ ୪୬ହଜାର ୯୮୯ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ଏସ୍‌.ପି. ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଗତକାଲି ଇଂ. ପାଢ଼ୀଙ୍କ ଅଫିସ୍‌ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଦୁଇଦିନ ଧରି ଯାଞ୍ଚ ପରେ ଆଜି ଭିଜିଲାନ୍ସ ବିଭାଗ ଇଂ. ପାଢ଼ୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୫କୋଟି ୧୨ଲକ୍ଷ ୯୭ହଜାର ୯୬୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଥିଲା। ତେବେ ଚୂଡ଼ାନ୍ତ ହିସାବ ପରେ ସମ୍ପତ୍ତି ତାଲିକା ୪କୋଟି ୯୩ଲକ୍ଷ ୪୪ହଜାର ୭୦୬ଟଙ୍କା ରହିଥିବା ସୂଚନା ଦିଆଯାଇଥିବାବେଳେ ସେଥିରୁ ୩ କୋଟି ୮୭ ଲକ୍ଷ ଟଙ୍କାର ସମ୍ପତ୍ତି ଆୟ ବହିଭୂର୍ତ ‌ଥିବା କୁହାଯାଇଥିଲା।

ସମ୍ବନ୍ଧିତ ଖବର