ରାଜଧାନୀରୁ ଯାଇ ବ୍ରହ୍ମପୁରରେ ସେକ୍ସ ର‍୍ୟାକେଟ୍‌ : ରାଣୀ ମହୁମାଛି ସମେତ ୪ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରଜନଗର ତୃତୀୟ ଲାଇନ୍‌ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ର‍୍ୟାକେଟ ଠାବ ଘଟଣାରେ ପୁଲିସ ଜଣେ ମହିଳା ଦଲାଲ୍‌ ଓ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏହା ସହିତ ୪ ଜଣ ଦେହଜୀବୀଙ୍କୁ ପୁଲିସ ଉଦ୍ଧାର କରିଛି। ଗିରଫ ମହିଳା ଦଲାଲ୍‌ଙ୍କ ନାମ ସୁମିତ୍ରା ସାହୁ ଓ ସେ ରାଜଧାନୀ ଭୁବନେଶ୍ୱରରୁ ଆସି ଏଠାରେ ଏକ ଘର ଭଡ଼ା ନେଇ ର‍୍ୟାକେଟ୍‌ ଚଳାଇଥିଲେ ବୋଲି ପୁଲିସ ସୂଚନା ଦେଇଛି। ମହିଳା ଓ ୩ଜଣ ଗ୍ରାହକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ବ୍ରଜନଗର ତୃତୀୟ ଲାଇନ୍‌ର ଏକ ଭଡ଼ାଘରେ ସେକ୍ସ ର‍୍ୟାକେଟ ଚାଲୁଥିବା ଏବଂ ଗତକାଲି ଅପରାହ୍ନରେ କିଛି ଯୁବକ ଓ ଯୁବତୀ ସେହି ଘରକୁ ଯାଇଥିବା ନେଇ ପୁଲିସ ସୂଚନା ପାଇ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର