ଫେଲ୍‌ ହେବା ଭୟରେ ଯୁକ୍ତଦୁଇ ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗାୟତ୍ରୀ ନଗରରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ନାମ ରାଜେଶ କୁମାର ପଣ୍ଡା ବୋଲି ପୁଲିସ କହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେସ୍‌ ନମ୍ବର ୧୭/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏସ୍‌ଆଇ କୌଶିକ ମାଝୀ ସୂଚନା ଦେଇଛନ୍ତି। ଅଜିତ କୁମାର ପଣ୍ଡା ପତ୍ନୀ ଓ ଦୁଇ ପୁଅକୁ ନେଇ ଗାୟିତ୍ରୀ ବିହାରରେ ରହୁଛନ୍ତି। ବଡ଼ ପୁଅ ରାଜେଶ ଏକ ଘରୋଇ କଲେଜରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପଢ଼ୁଛନ୍ତି। ସେ ପୂର୍ବରୁ ଦୁଇ ଥର ପରୀକ୍ଷାରେ ଫେଲ୍‌ ହୋଇ ସାରିଛନ୍ତି। ତେବେ ଚଳିତ ବର୍ଷ ପରୀକ୍ଷା ଫଳ ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ବୋଲି ରାଜେଶ ଜାଣିଥିଲେ। ସେ କାଳେ ପୁଣି ଥରେ ଫେଲ୍‌ ହୋଇଯିବେ ସେ ଆଶଙ୍କାରେ ଘରେ କେହି ନଥିବା ସମୟରେ ଦେହରେ କିରାସିନି ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ସଂଧ୍ୟାରେ ଘରକୁ ଆସି ଦେଖିବା ବେଳକୁ ରାଜେଶଙ୍କ ଦରପୋଡ଼ା ଶବ ଏକ ରୁମ୍‌ରେ ପଡ଼ିଥିଲା। ଏହି ଘଟଣା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର