ଛତ୍ରପୁର: ରାହାଜାନି ବେଳେ ପୁଲିସ ହାତରେ ଧରାପଡ଼ି ବନ୍ଧାହେଲେ ନକଲି ଅଧିକାରୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ସୂଚନା ଅନୁଯାୟୀ, ନକଲି ଅଧିକାରୀଜଣକ ଟ୍ରକ ମାଲିକଙ୍କୁ ଧମକ ଦେଇ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଗୁଟୁଖା ଲୁଟ୍ କରିଥିଲେ। ନକଲି ଜି ଏସ ଟି ଅଧିକାରୀ ସାଜି ଜାତୀୟ ରାଜପଥରେ ବଟି ଆଦାୟ ସହ ବିଭିନ୍ନ ଟ୍ରକରୁ ରାହାଜାନି କରୁଥିଲେ ବୋଲି ବୋଲି ପୁଲିସ୍ ସୂଚନା ପାଇବା ପରେ ତାଙ୍କୁ ଗିରଫ କରିଛି।
ଏହି ମାମଲାରେ ନକଲି ଅଧିକାରୀଙ୍କଠାରୁ ବିପୁଳ ପରିମାଣର ଗୁଟୁଖା ଜବତ କରିଛି ପୁଲିସ। ଜବତ ଗୁଟୁଖାର ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ। ଏହାଛଡ଼ା ୩ଜଣ ଲୁଟେରାଙ୍କୁ କାବୁ କରିଛି ଛତ୍ରପୁର ପୁଲିସ। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।