ଭଞ୍ଜନଗର: ଗଂଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ ନୂଆସାହିରେ ବୁଧବାର ଏକ ହତ୍ୟାକାଣ୍ଡ ହୋଇଛି। ଦାଦା ପୁଅ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ବାପା ପୁଅ ଭାଇ ସୁଦର୍ଶନ ସ୍ୱାଇଁ ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଘରୋଇ କଳି ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଛି। ଅଭିଯୁକ୍ତର ଧାରୁଆ ମରଣାସ୍ତ୍ରରେ ଆକ୍ରମଣ ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିବା ସୂଚନା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁତୁରା କାହ୍ନା ସ୍ୱାଇଁ ଫେରାର।
ସୂଚନା ମିଳିବା ପରେ ପୁଲିସ ନୂଆସାହି ପହଞ୍ଚି ମୃତଦେହକୁ ଜବତ କରିଛି। ପୁଲିସ କହିଛି, ସୁଦର୍ଶନ ଆଜି ସନ୍ଧ୍ୟା ୫ଟା ୩୦ରେ ଗାଁ ନଳକୂଅରେ ଗାଧୋଉଥିବା ବେଳେ କାହ୍ନା ଅଚାନକ ପହଞ୍ଚି ଛୁରୀରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସୁଦର୍ଶନ ଛଟପଟ ହେଉଥିବା ବେଳେ କାହ୍ନା ସେଠାରୁ ଫେରାର ହୋଇ ଯାଇଥିଲା। ପରିବାର ଲୋକେ ସୁଦର୍ଶନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହସ୍ପିଟାଲରେ ଡାକ୍ତର ନଥିବାରୁ ସୁଦର୍ଶନର ଚିକିତ୍ସା ହୋଇ ପାରି ନଥିଲା। କିଛି ସମୟ ପରେ ସୁଦର୍ଶନଙ୍କ ଜୀବନ ଚାଲିଯାଇଥିଲା। ସୁଦର୍ଶନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଥିବା ବେଳେ ବୁଗୁଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/murder-784x441.jpg)