ଭଞ୍ଜନଗର: ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ

ଭଞ୍ଜନଗର: ବିଦ୍ୟୁତ ଆଘାତରେ ରବିବାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଭଞ୍ଜନଗର ଥାନା ଅଧିନ ବଡ଼ପଡ଼ା ଗ୍ରାମର ଅଭିମନ୍ୟୁ ପାତ୍ର(୭୦) ଓ ତାଙ୍କର ପୁଅ ଜିତେନ୍ଦ୍ର ପାତ୍ର(୪୨)ଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଅଭିମନ୍ୟୁ ଓ ଜିତେନ୍ଦ୍ର ବିଲ କାମ ସାରି ଘରକୁ ଫେରିଥିଲେ। ଅଭିମନ୍ୟୁ ଗାଧୋଇ ସାରିବା ପରେ ଓଦା କପଡ଼ାକୁ ଘର ଅଗଣାରେ ଥିବା ତା’ର ଉପରେ ଶୁଖାଇଥିଲେ। ତାଙ୍କ ଅଜାଣତରେ ତା’ରରେ ବିଦ୍ୟୁତ୍‌ ପ୍ରବାହିତ ହେଉଥିଲା। ଫଳରେ ଅଭିମନ୍ୟୁ ବିଦ୍ୟୁତ୍‌ ତା’ରରେ ଲାଗି ଯିବା ପରେ ଚିତ୍କାର କରୁଥିଲେ। ବାପାଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ଦୌଡ଼ିଯାଇଥିଲେ। ଫଳରେ ସେ ମଧ୍ୟ ବିଦ୍ୟୁତ୍‌ ତା’ର ସହିତ ଲାଗି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର