ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ବ୍ଲକ ତୁମ୍ବା ପଂଚାୟତ ଧାଡ଼ିଆମ୍ବ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବାପର ଛୁରାମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ଉଭୟ ବାପ ଓ ପୁଅ ନିଶାସକ୍ତ ଅବସ୍ଥାରେ ଥିବା ବେଳେ କୌଣସି କଥାକୁ ନେଇ ପାଟିତୁଣ୍ଡକରିଥିଲେ। ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା। ପରେ ବାପା ଉତ୍ତ୍ୟକ୍ତ ହୋଇ ଧରିଥିବା ଛୁରାରେ ପୁଅକୁ ଭୁଷିଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଛି।