ହତ୍ୟା ମାମଲାରେ ବାପା, ଦୁଇ ପୁଅ ସମେତ ୪ ଜଣଙ୍କୁ ଆଜୀବନ ଜେଲ୍‌

ଛତ୍ରପୁର : ୨୦୧୩ ମସିହା ଅକ୍ଟୋବର ୨୦ ତାରିିଖରେ କୋଦଳା ଥାନା ଅଧୀନ ମାଟିଗଡ଼ ଗ୍ରାମରେ ଚିତ୍ରସେନ ଦଳାଇଙ୍କୁ ଗୋଡ଼ାଇ ନିର୍ମମ ଭାବେ ହାଣି ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ଛତ୍ରପୁର ଅତିରିକ୍ତ ଜିଲ୍ଲା ଅଦାଲତରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ରାମଚନ୍ଦ୍ର ସ୍ୱାଇଁଙ୍କ ସମେତ ତାଙ୍କର ଦୁଇ ପୁଅ ସୁଦର୍ଶନ ସ୍ୱାଇଁ ଏବଂ ପ୍ରଶାନ୍ତ ସ୍ୱାଇଁ ଓ ଭାଇ ଗଣପତି ସ୍ୱାଇଁଙ୍କୁ ମାନ୍ୟବର ବିଚାରପତି ଶିଖାରାଣୀ ରଥ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏହାସହ ୫ହଜାର ଟଙ୍କା ଜରିମାନା ଓ ଅନାଦେୟ ଆଉ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର