ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। କୋଦଳା ଥାନାରେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁର୍ବୃତ୍ତ। ଥାନା ଭିତରେ ପଶି ଦୁଇ ଦୁର୍ବୃତ୍ତ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ଆଣିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ରଖିବାରେ ସଫଳ ହୋଇଛି। ଏନେଇ ପୁଲିସ ଦୁଇ ଜଣଙ୍କ ନାମରେ ମାମଲା କରିଛି। ପୁରା ଘଟଣାବଳୀ ପୁଲିସ ଥାନା ସିଶି ଟିଭି କ୍ୟାମେରା ରେ ସବୁ ରେକର୍ଡ ହୋଇଥିଲା।

Advertisment

୨୦୨୩ରେ ଦିପୁ ପାତ୍ର ହତ୍ୟା କାଣ୍ଡ ଘଟଣାର ଅଭିଯୁକ୍ତ ଜେ ଛଚୀନା ଗ୍ରାମର ବିକ୍ରମ ପରିଡ଼ାଙ୍କୁ ପୁଲିସ ଉଠାଇ ଆଣିଥିଲା। ରାତି ପ୍ରାୟ ସାଢେ଼ ୭ଟା ବେଳେ ଆଣି ପଚରାଉଚରା କରିବା ବେଳେ ଅଭିଯୁକ୍ତଙ୍କ ସମର୍ଥକ ଅପରାଧୀ ଗୋଷ୍ଠୀ ଥାନା ହାଜତ ଭିତରେ ପଶି ଅଭିଯୁକ୍ତକୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଫଳରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ଗଞ୍ଜାମ ଏସପି ତାଙ୍କ ପ୍ରତିକ୍ରିୟା ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓ ଅନ୍ୟ ଦୁଇ ଜଣଙ୍କ ନାମରେ ମାମଲା ହୋଇଥିବା କହିଛନ୍ତି।