ସରପଞ୍ଚ ପୁଅକୁ ଗୁଳିମାଡ଼

ବୁଗୁଡ଼ା : ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଏ.କରଡ଼ାବାଡ଼ି ପଞ୍ଚାୟତ ସୋରଡ଼ ଗ୍ରାମ ଆଗୁଳବନ୍ଧ ନିକଟରେ ଆଜି ରାତି ପ୍ରାୟ ୯ଟାରେ ସରପଞ୍ଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜ ପ୍ରଧାନ ଓରଫ୍‌ ବୁଢାଙ୍କୁ ଗୁଳିକରି ହତ୍ୟା ଉଦ୍ୟମ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସରୋଜଙ୍କ ପେଟରେ ଗୁଳି ବାଜିଥିବାରୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ବୁଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲକିଂ ଜାରି ରହିଛି। ଗତ ପଞ୍ଚାୟତ ନିର୍ବାଚନ ବେଳେ ସୋଡ଼କ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ପରେ ଏହା ଉଗ୍ରରୂପ ଧାରଣ କରିବା ସହ ବିଭିନ୍ନ ସମୟରେ ଛୋଟବଡ଼ ଘଟଣା ସାମ୍ନାକୁ ଆସିଥିଲା। ଫଳରେ ଏହାକୁ କେନ୍ଦ୍ରକରି ସରୋଜଙ୍କ ହତ୍ୟା ଉଦ୍ୟମ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର