ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଥିବା ଏକ ଢାବାରୁ ପୁଲିସ ପ୍ରାୟ ୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ବିଜୟଓ୍ଵାଡା-ରାଞ୍ଚି ଜାତୀୟ ରାଜପଥ-୫୭ କଡ଼ରେ ଥିବା ଢାବା ‘ପ୍ରୀନ୍ସ ଆଣ୍ଡ ପ୍ରୀନ୍ସ’ ଉପରେ ବୁଧବାର ରାତିରେ ଭଞ୍ଜନଗର ପୁଲିସ ଆଇଆଇସି ବିଶ୍ୱଜ ରାଉତରାୟ ନିଜର ଟିମ୍ ସହିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଢ଼ାବାର ମାଲିକ ସନ୍ତୋଷ ବିଦେଶ ମଦ ରଖିବା ନେଇ କୌଣସି ବିଧିବନ୍ଧ ଭାବରେ ଲାଇସେନ୍ସ ଦେଖାଇ ପାରି ନଥିଲେ। ଫଳରେ ଢାବା ଖୋଲିବା ଆଳରେ ପ୍ରଚୁର ପରିମାଣରେ ବେଆଇନ ଭାବରେ ବିଦେଶ ମଦ ରଖିବା ନେଇ ପୁଲିସ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସକୁ ଢାବାରୁ ୬୮୭ ବିଦେଶୀ ମଦ ବୋତଲ ଓ ଡବା ମିଳିଛି।
/sambad/media/post_attachments/wp-content/uploads/2018/08/b0adf881-cda7-4a9b-ab72-9baa8aa79e8a-300x193.jpg)
ନକଲି ବିଦେଶୀ ମଦ ଭାଟି ଠାବ, ଜଣେ ଗିରଫ
ସୂଚନାଯୋଗ୍ୟ ବୁଧବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ନକଲି ବିଦେଶୀ ମଦ ଭାଟି ଠାବ ହୋଇଛି। ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଖାରବେଳନଗର ଥାନା ଅଞ୍ଚଳରେ ପରିଚାଳିତ ନକଲି ମଦ ଭାଟି ଉପରେ ଅଚାନକ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ପ୍ରସ୍ତୁତି ସାମଗ୍ରୀ ଜବତ ହେଇଥିଲା। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ନକଲି ବିଦେଶୀ ମଦ କିପରି ପ୍ରସ୍ତୁତ ହେଉଥିବଲା ଓ ଏହାକୁ କିପରି ମାର୍କେଟିଂ କରାଯାଉଥିଲା ପୁଲିସ ସେ ନେଇ ବିଭିନ୍ନ ଆଧାରକୁ ନେଇ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Bhanjanagar.jpg)