ବିଜେଡ଼ିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ

ଭୁବନେଶ୍ବର : ବିଜେଡିରେ ଯୋଗଦେଇଛନ୍ତି  କଂଗ୍ରେସର ପୂର୍ବତନ ବିଧାୟକ  ଚକ୍ରଧର ପାଇକ । ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଅାୟୋଜିତ ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ  ବିଜେଡିରେ ସାମିଲ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନାରୁ ଦୁଇଥର ବିଧାୟକ ହୋଇଥିଲେ ଚକ୍ରଧର ପାଇକ  । ୨୦୦୯ରୁ ୨୦୧୪ ମଧ୍ୟରେ ସେ ବିଧାନସଭାର  ଉପନେତା ବି ଥିଲେ ।

ତେବେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ବିଜେଡ଼ିରେ ଯୋଗଦେବା ପରେ ମୋହନା ଅଞ୍ଚଳରେ ନିର୍ବାଚନୀ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିଜେଡ଼ିରେ ସାମିଲ ହୋଇ ଘରବାହୁଡ଼ା ଭଳି ଲାଗୁଛି ବୋଲି କହିଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ସମର୍ଥିତ କାର୍ଯ୍ୟକାଳାପ ଏବଂ ସୁଶାସନ ଓଡ଼ିଶାର ବିକାଶ ପଥରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଏହାକୁ ସଫଳ କରାଇବାକୁ ଆମ୍ଭେମାନେ ଦାୟିତ୍ୱ ତୁଲାଇବୁ ବୋଲି ବିଜେଡ଼ିରେ ସାମିଲ ହୋଇଥିବା ଅବସରରେ କହିଛନ୍ତି ଚକ୍ରଧର ।

ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ବିଜେଡ଼ି ତା’ର ସ୍ଥିତିକୁ ମଜଭୁତ କରିବା ପାଇଁ ଉଦ୍ୟମ ଚଳାଉଥିବାବେଳେ ଗଜପତି ମୋହନା ନିର୍ବାଚନ ମଣ୍ଡଳୀର ଏହି ପୂର୍ବତନ କଂଗ୍ରେସ ବିଧାୟକ ଆଜି ଶଙ୍ଖ ଧରିଛନ୍ତି । ଯାହାକି ବିଜେଡ଼ିକୁ ଆଗାମୀ ନିର୍ବାଚନରେ ଫାଇଦା ଦେବା ସହ କଂଗ୍ରେ ଏବଂ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ  ରାଜନନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର