ଚୋରି କରିବାକୁ ଆସି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ୪ ଯୁବକ

ଗଞ୍ଜାମ: ଜଗନାଥପ୍ରସାଦ ବ୍ଲକ କାଦୁଆ ପଂଚାୟତର ଯୋଡ଼ାବନ୍ଧା ଗ୍ରାମକୁ ଚୋରି କରିବାକୁ ଆସି ହଟହଟା ହେଲେ ୪ ଚୋର | ଏହି ଚୋରମାନଙ୍କୁ ଗ୍ରାମବାସୀ ଧରିବା ସହ ନିସ୍ତୁକ ମାଡ ମାରିଛନ୍ତି |

କଥା ଏତିକିରେ ସରି ନ ଥିଲା ବରଂ ହାତରେ ଦଉଡି ବାନ୍ଧି ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ | ବୁଧବାର ସକାଳେ ଗ୍ରାମବାସୀଙ୍କ ଅଭିଯୋଗ ପାଇ ପୋଲିସ ପହଞ୍ଚି ୪ ଜଣଙ୍କୁ ପଚରାଉଚୁରା କରିଥିଲା| ପରେ ସେମାନେ ଚୋରି ସମ୍ପର୍କରେ ମାନିବା ସହ ଦୁଇଟି ମୋବାଇଲ, ଗୋଟିଏ ମନିପର୍ସ ସହ ୨ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରି କେଶ ନମ୍ବର ୬୮/୧୯ ରୁଜୁ କରି କୋର୍ଟ ଫରୱାର୍ଡ଼ କରାଯାଇଛି |

ଅନ୍ୟପକ୍ଷରେ ଯୁବକମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଅଭିଯୋଗରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଗତ ରାତି ୩ଟାରେ ୪ ଜଣ ଯୁବକ ଯୋଡ଼ାବନ୍ଧ ଗ୍ରାମର ପ୍ରଭାକର ନାୟକଙ୍କ ଘରେ ପଶିଥିଲେ | ଛାତ ଉପରେ ଶୋଇଥିବା ପ୍ରଭାକର ଶବ୍ଦ ଶୁଣି ତଳକୁ ଆସି ଚିତ୍କାର କରିଥିଲେ | ଏହା ଦେଖି ଚୋରମାନେ ଖସି ପଳାଉଥିଲେ | ତେବେ ପାଖ ଗାଁ ନରେନ୍ଦ୍ରପୁରରେ ଗ୍ରାମବାସୀ ଅଟକାଇଥିଲେ | ଆଉ ନିସ୍ତୁକ ମାଡ ମାରିଥିଲେ |

ସମ୍ବନ୍ଧିତ ଖବର