୨୬ କେଜି ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର: ଜୟପୁର ଟାଉନ ଥାନା ପୁଲିସ ପକ୍ଷରୁ ଆଜି ଏକ ଗଞ୍ଜେଇ ରାକେଟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ରାତି ପ୍ରାୟ ୧୨ଟା ୧୫ଟାରେ କୋରାପୁଟ ଜିଲ୍ଲାରୁ ୨୬ କେଜି ୨ଶହ ଗ୍ରାମର ଗଞ୍ଜେଇ ଚୋରା ଚାଲାଣ କରୁଥିବା  ଉତ୍ତରପ୍ରଦେଶର ଏକ ଗ୍ୟାଙ୍ଗକୁ ସତୀ ନଦୀ ଛକ ନିକଟରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସେମାନଙ୍କଠାରୁ ନଗଦ ୬୨ ହଜାର ୫୦୦ ଟଙ୍କା ଜବତ କରିଛି ପୁଲିସ । ଜିଲ୍ଲାର ଲମତାପୁଟ ଠାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବାବେଳେ ତିନିଜଣଙ୍କୁ ଗିରଫ କରାଯାଇଛି। ସେମାନେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲା ତୈକତ ନଗର ଥାନ୍ତା ଅନ୍ତର୍ଗତ ଗିରିଜା ବକ୍ସି ସିଂହଙ୍କ ପୁଅ ରାଜେନ୍ଦ୍ର ପ୍ରତାପ ସିଂହ(୩୭), ଭାରତ ସିଂହଙ୍କ ପୁଅ କୁଲଦୀପ ସିଂହ(୧୯) ଓ ମାନ ସିଂହ(୩୪)। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଥିବାବେଳେ ୨୪୯/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ମାରୁଜି ସୁଜୁକିର ଏସ-ପ୍ରେସୋ(ୟୁପି-୩୩ବିଜେ-୯୭୧୮)ରେ ଲମତାପୁଟରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ  ବିଶେଷ ସୁତ୍ରରୁ ଖବର ପାଇଥିଲା ଟାଉନ ପୁଲିସ। ଏନେଇ ସେ ଥାନାର ଏସଆଇ ଶୁକ୍ଳା ମଣ୍ଡଳ ଓ ତାଙ୍କ ଟିମଙ୍କୁ ସତୀ ନଦୀ ବ୍ରିଜ ନିକଟରେ ଜଗି ରହିଥିଲେ। ଏହି ସମୟରେ କଳା ରଙ୍ଗର କାର ଆସିବା ପରେ ଏହାକୁ ଅଟକାଇ ଥିଲେ। ସେଥିରୁ ଗଞ୍ଜେଇ ଜବତ ରହିଥିବା ଜଣାପଡିଥିଲା। ନିୟମାନୁଯାୟୀ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ କାରର ତଲାସି କରାଯିବା ପରେ ସେଥିରୁ ୨୬ କେଜି ୨ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର